‘ମାଇଁ ଲର୍ଡ’ ଶୁଣି ଶୁଣି ବିରକ୍ତ ହୋଇଗଲେ ବିଚାରପତି, ରାଗରେ କହିଲେ ଏମିତି କଥା...
ଶୁଣାଣି ବା ବିଚାର ବେଳେ ଓକିଲମାନଙ୍କଠାରୁ ବାରମ୍ବାର ‘ମାଇଁ ଲର୍ଡ’ ଓ ‘ୟୋର୍ ଲର୍ଡସିପ୍’ ସମ୍ବୋଧନ ବିରକ୍ତ କଲା । ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର "ମାଇଁ ଲର୍ଡ" କିମ୍ବା ‘ୟୋର୍ ଲର୍ଡସିପ୍" କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓକିଲଙ୍କୁ କହିଛନ୍ତି, ଯଦି ‘ମାଇଁ ଲର୍ଡ’ ନ କହିବେ ଆପଣଙ୍କୁ ମୋ ଦରମାରୁ ଅଧେ ଦେବି।
ଜଷ୍ଟିସ୍ ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରୁଥିଲେ। ଜଷ୍ଟିସ୍ ନିରସିଂହ ମଧ୍ୟ ଏହି ବେଞ୍ଚରେ ଥିଲେ। ବିଚାର ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର "ମାଇଁ ଲର୍ଡ" ଏବଂ "ୟୋର୍ ଲର୍ଡସିପ୍" ସମ୍ବୋଧନ କରିଥିଲେ। ଫଳରେ ବିରକ୍ତ ହୋଇ ଜଷ୍ଟିସ୍ ନିରସିଂହ କହିଥିଲେ, "ତୁମେ କେତେଥର 'ମାଇଁ ଲର୍ଡ' କହିବ? ଯଦି ଆପଣ ଏପରି କହିବା ବନ୍ଦ କରନ୍ତି, ତେବେ ମୁଁ ମୋ ଦରମାର ଅଧା ଦେଇଦେବି।
ସୂଚନାଯୋଗ୍ୟ, ବିଚାପତିମାନଙ୍କୁ ଆଉ ‘ମାଇଁ ଲର୍ଡ’ ଓ ‘ୟୋର୍ ଲର୍ଡସିପ୍’ ବୋଲି ସମ୍ବୋଧନ କରିବେ ନାହିଁ ବୋଲି ୨୦୦୬ରେ ‘ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ’ ପ୍ରସ୍ତାବନା ଗୃହୀତ କରିଥିଲା। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହାକୁ ପ୍ରୟୋଗ କରାଯାଇ ପାରିଲା ନାହିଁ। ଏପରି ଶବ୍ଦ ବାରମ୍ବାର ଶୁଣି ଶେଷରେ ବିରକ୍ତି ପ୍ରକାଶ କରିଛନ୍ତି ବିଚାରପତି ।
Powered by Froala Editor