Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ...

  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ...

  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ...

  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ...

  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ...

  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

  • ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଯାଜପୁର ଜିଲ୍ଲାର ଦର୍ପଣଗଡ଼କୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି- ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର ଜିଲ୍ଲାର ଦର୍ପଣଗଡ଼କୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି- ଧର୍ମେନ୍ଦ୍ର ପ୍ରଧାନ

2023-11-03 09:11:43
15716
Share:
Facebook
Twitter
E-Mail
WhatsApp
Telegram
ଯାଜପୁର ଜିଲ୍ଲାର ଦର୍ପଣଗଡ଼କୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ  – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ବଳରେ ଦୀର୍ଘ ଦିନ ପୂର୍ବେ ଚୋରି ହୋଇଥିବା ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ପ୍ରାଚୀନ ମୂର୍ତ୍ତିକୁ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯିବ । ଉକ୍ତ ମୂର୍ତ୍ତି ଫେରାଇବା ପାଇଁ ଦିଲ୍ଲୀ କଷ୍ଟମକୁ   ସୁପାରିଶ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠିର ପ୍ରତ୍ୟୁତ୍ତରରେ ଅବଗତ କରାଇଛନ୍ତି ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଓଡ଼ିଶାବାସୀ ବିଶେଷ ଭାବରେ ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିକୋଣରୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଠାବ ହୋଇଥିଲା । ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ)କୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ନିରୀକ୍ଷା କରିବା ପରି ଉକ୍ତ ପ୍ରତିମା’ଟି ଯାଜପୁର ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କୋଟ୍ରାକ୍ଷୀଙ୍କ ବୋଲି ଏଏସଆଇ ଜାଣିବାକୁ ପାଇଥିଲା । ଉକ୍ତ ପ୍ରତିମାଟି ନୂଆଦିଲ୍ଲୀ ଏୟାର କାର୍ଗୋର କଷ୍ଟମ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥବା ଜଣାପଡିଥିଲା ।

ପ୍ରକୃତରେ ଉକ୍ତ ଦୁର୍ଲ୍ଳଭ ମୂର୍ତ୍ତିଟି ଗତ ଜାନୁଆରୀ ୧୧, ୨୦୨୧ରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା, ଯେଉଁ ଘଟଣା ଗ୍ରାମବାସୀଙ୍କୁ ଆଘାତ ଦେଇଥିଲା । ତେବେ ମୂର୍ତ୍ତି ଫେରାଇବା ପାଇଁ ଅନେକ ଆନ୍ଦୋଳନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସତ୍ତ୍ୱେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ବିଫଳ ହେବା ପରେ ଗ୍ରାମବାସୀମାନେ ଘଟଣାର ସାତ ମାସ ପରେ ମାଆଙ୍କ ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ ।

ତେବେ ମୂଳ ମୂର୍ତ୍ତିର ସାମ୍ପ୍ରତିକ ଇତିହାସ ଏବଂ ଏହାର ପରିଚୟ ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କ ଫେରିବା ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ମା' କୋଟ୍ରାକ୍ଷୀ ମୂର୍ତ୍ତିକୁ ଉପଯୁକ୍ତ ସ୍ଥାନକୁ ଫେରାଇ ଆଣିବା ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଭାବାବେଗର ବିଷୟ । ଏହା ତାଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ । ତେଣୁ ଉକ୍ତ ମୂର୍ତ୍ତିକୁ ଓଡ଼ିଶାକୁ ତୁରନ୍ତ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅର୍ଥ ମନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ ।

ଏହାର ପତ୍ୟୁତରରେ ଅର୍ଥମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ କୋଷ୍ଟମକୁ ମୂର୍ତ୍ତି ଫେରାଇବା ପାଇଁ ସୁପାରିଶ କରାଯାଇଛି । ଠାବ ହୋଇଥିବା ମୂର୍ତ୍ତିର ଯାଞ୍ଚ ପ୍ରକ୍ରିୟା ଏବଂ ବଡଚଣା ଥାନାରେ ମନ୍ଦିରରୁ ମୂର୍ତ୍ତି ଚୋରି ନେଇ ମାମଲା ରୁଜୁ ଆଧାରରେ ସିବିଆଇସି ଓଡ଼ିଶାର ଡିଜିପିଙ୍କୁ ଜବତ ପୁରାତନ ମୂର୍ତ୍ତିର ପରିଚୟ ପାଇଁ ଉପଯୁକ୍ତ ଉପାୟ ଅବଲମ୍ବନ କରିବା ଏବଂ ଆଇନ ଅନୁସାରେ ଉକ୍ତ ପ୍ରତିମାକୁ ମନ୍ଦିରକୁ ଫେରାଇ ଆଣିବା କିମ୍ବା ପୁନଃପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିବା ଅର୍ଥ ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ
    ଦେଶ-ଦେଶାନ୍ତର

    ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    14715
    Jun 16, 2025
  •  ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ
    ଦେଶ-ଦେଶାନ୍ତର

    ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ

    14705
    Jun 16, 2025
  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

    14531
    Jun 16, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ
    ବିଶେଷ

    ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14169
    Jun 17, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ
    ବିଶେଷ

    ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14396
    Jun 16, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି
    ବିଶେଷ

    ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15352
    Jun 17, 2025
  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ,  ବର୍ତ୍ତିଗଲେ ୨୫୦ ଯାତ୍ରୀ
    ଦେଶ-ଦେଶାନ୍ତର

    ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14597
    Jun 16, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ...
    ବାଣିଜ୍ୟ

    ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ...

    13364
    Jun 17, 2025
  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ
    ଦେଶ-ଦେଶାନ୍ତର

    ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

    13651
    Jun 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14396
    Jun 16, 2025
  • ବିଶେଷ

    ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15352
    Jun 17, 2025
  • ବିଶେଷ

    ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15725
    Jun 16, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16663
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16966
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15494
    Apr 03, 2021

ବିଶେଷ

  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14169
    Jun 17, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15352
    Jun 17, 2025
  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15725
    Jun 16, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14396
    Jun 16, 2025
  • କେଶ ଝଡ଼ିବା କମାଇବ ଯୋଗ

    14723
    Jun 13, 2025

ବାଣିଜ୍ୟ

ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

ଭୁବନେଶ୍ୱର: ଅଜିମ ପ୍ରେମଜୀ ଫାଉଣ୍ଡେସନ ସ୍ନାତକୋତର ଡାକ୍ତର (ପିଜି) ମାନଙ୍କ ନିମନ୍ତେ  ୧୮ ମାସର ନିମଗ୍ନକାରୀ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ‘ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ’ ପ୍ର ...

  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15367
    Jun 14, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14482
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15703
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16333
    Feb 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15725
    Jun 16, 2025
  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14597
    Jun 16, 2025
  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

    13651
    Jun 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In