ଆମ୍ବବଗିଚାରେ ଦନ୍ତାହାତୀର ମୃତଦେହ ଠାବ
ଢେଙ୍କାନାଳ: ବିପଦରେ ଏବେ ଗଜରାଜ । ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବା ସତ୍ତ୍ୱେ ବି ବାରମ୍ବାର ହାତୀମାନଙ୍କର ବିଭିନ୍ନ କାରଣରୁ ମୃତୁ୍ୟ ହେଉଛି । କେତେବେଳେ ଟ୍ରେନ ଧକ୍କାରେ ତ କେତେବେଳେ ବିଦୁ୍ୟତ ଆଘାତରେ । ଏମିତି ଏକ ଘଟଣା ଆଜି ସାମନାକୁ ଆସିଛି । ଏକ ଆମ୍ବବଗିଚା ଭିତରେ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ସ୍ଥାନୀୟ ସଦର ରେଞ୍ଜ ଗୋବିନ୍ଦ ପ୍ରସାଦ ଗ୍ରାମର ଏକ ଆମ୍ବ ବଗିଚାରେ ହାତୀର ମୃତଦେହ ଠାବ କରାଯାଇଛି । ଦନ୍ତାଟି ସୋଲାର ଫେନସିଂ ତାରରେ ଗୁଡ଼ାଇ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଆମ୍ବ ବଗିଚା ମାଲିକଙ୍କୁ ଅଟକ ରଖାଯାଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି ।
Powered by Froala Editor