ଅଧିକ ଟଙ୍କା ମଦ ବିକ୍ରି କରିବା ପଡ଼ିଲା ମହଙ୍ଗା, ମଦ ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍

ବାରଙ୍ଗ : କିଣା ଦରରୁ ଅଧିକ ଟଙ୍କାରେ ବିକ୍ରି ହେଉଥିଲା ମଦ। ଧାର୍ୟ୍ୟ ମୂଲ୍ୟର ୧୦ରୁ ୨୦ଟଙ୍କା ଅଧିକରେ ହେଉଥିଲା ବିକ୍ରି। ଅଭିଯୋଗ ପରେ ଆକ୍ସନ। ପ୍ରଥମେ ଖାଉଟି ଅଦାଲତଙ୍କ ଦ୍ଵାରା ଦୋକାନୀଙ୍କୁ ୨୦ ଲକ୍ଷ ଫାଇନ୍। ପରେ ଅତର୍କିତ ରେଡ୍ କରିଛି କଟକ ଅବକାରୀ ବିଭାଗ ଦୋକାନ କଲା ସିଲ୍।
ଖବର ଅନୁଯାୟୀ, ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ମଦ ବିକ୍ରି କରିବା ପଡ଼ିଲା ମହଙ୍ଗା। ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ ଚଢ଼ା ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଖାଉଟି ଅଦାଲତ ଯାଞ୍ଚ ପରେ ଉକ୍ତ ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଜରିମାନା ନେଇଥିଲେ। ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗର ଏକ ସ୍ପେଶଲ ଟିମ୍ ସେଠାରେ ଛକି ରହିଥିଲେ। ସନ୍ଧ୍ୟା ସମୟରେ ଗୋଡିସାହି ଆସି ଦୋକାନକୁ ଅତର୍କିତ ଭାବେ ସିଲ୍ କରିଥିଲେ। ଏହା ପରେ ସେହି ଅଞ୍ଚଳରେ ଥିବା ବିଭିନ୍ନ ମଦ ଦୋକାନ ଯାଞ୍ଚ କରିଥିଲେ।
Powered by Froala Editor