ଲକ୍ଷ୍ମୀ ବସର କଣ୍ଡକ୍ଟର ମିଶନ ଶକ୍ତି ମହିଳା

ମାଲକାନଗିରି: ଏକଦା ମାଓଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳକୁ ଏବେ ନିର୍ଭୟରେ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ କରିଛି । ଏହି ବସ୍ରେ କଣ୍ଡକ୍ଟର ଭାବେ ରହିଛନ୍ତି ମିଶନ ଶକ୍ତିର ଜଣେ ଆଦିବାସୀ ମହିଳା । ମହିଳା କଣ୍ଡକ୍ଟର ଥିବାରୁ ଏହି ବସ୍ରେ ଆଦିବାସୀ ମହିଳା ଓ ଯୁବତୀମାନେ ଆଗ୍ରହ ସହ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ।
କଟକ, ଭୁବନେଶ୍ୱରରେ ‘ମୋ ବସ’ରେ ମହିଳା କଣ୍ଡକ୍ଟରଙ୍କ ଭଳି ଏବେ ଏଠାରେ ଚାଲିଥିବା ଲକ୍ଷ୍ମୀ ବସ୍ରେ ମଧ୍ୟ ମହିଳାମାନେ କଣ୍ଡକ୍ଟର ଚାକିରି କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ମିଶନଶକ୍ତିର ମହିଳାଙ୍କୁ ଲକ୍ଷ୍ମୀ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପରୀକ୍ଷା ମୂଳକ ଭାବେ ଏବେ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତକୁ ଏହା ଯାତାୟାତ କରୁଛି ।
ସୂଚନାଥାଉକି, ଗତ ଅକ୍ଟୋବର ୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରୁ ପ୍ରଥମେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଏବେ ୩୪ଟି ବସ୍ ଚଳାଚଳ କରୁଛି ।
Powered by Froala Editor