ଡେଷ୍ଟ୍ରୟରରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବୁଧବାର ଭାରତୀୟ ନୌସେନା ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଭାରତୀୟ ନୌସେନା ସୂଚନା ଦେଇଛି ଏହି କ୍ଷେପଣାସ୍ତ୍ର ପରୀକ୍ଷା ମଧ୍ୟ ସଫଳ ହୋଇଛି ଏବଂ ଗୁଳି ଚଳାଇଥିବା କ୍ଷେପଣାସ୍ତ୍ର ସମସ୍ତ ପରୀକ୍ଷା ଶେଷ କରିଛି। ଏକ ଯୁଦ୍ଧ ଜାହାଜରୁ (ଡେଷ୍ଟ୍ରୟର)ରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।
ଏହି କ୍ଷେପଣାସ୍ତ୍ରର ପରିସର ହେଉଛି ୨୯୦ କିଲୋମିଟର। ଯାହାକି ବିଶ୍ୱର ଦ୍ରୁତତମ କ୍ରୁଜ କ୍ଷେପଣାସ୍ତ୍ର ବୋଲି ମଧ୍ୟ କୁହାଯାଉଛି ଯାହାକି ଉଚ୍ଚ ଗତି ସହିତ ମ୍ୟାଚ ୨.୮ରେ ଗତି କରିଥାଏ। ଯାହା ଶବ୍ଦର ବେଗ ତିନି ଗୁଣା।
ଗତ ମାସଠାରୁ ବାରମ୍ବାର ବ୍ରହ୍ମୋସ୍ ର ପରୀକ୍ଷଣ କରିଚାଲିଛି ଭାରତ । ଅକ୍ଟୋବର ମାସରେ ଭାରତର ବାୟୁସେନା ଓ ସେନା ପକ୍ଷରୁ ବ୍ରହ୍ମୋସ୍ ର ପରୀକ୍ଷଣ କରାଯାଇଥିଲା । ଅକ୍ଟୋବର ୧୦ ଓ ୧୧ ତାରିଖରେ ବାୟୁସେନା ପକ୍ଷରୁ ବ୍ରହ୍ମୋସ୍ ର ଏୟାର-ଲଞ୍ଚ ଭର୍ସନର ପରୀକ୍ଷଣ କରାଯାଇଥିଲା ।
Powered by Froala Editor