ସେନାର ବଡ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ:ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ନିଲମ୍ବିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ୩୧ ଅକ୍ଟୋବରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ବସିଥିଲା ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି । ସେଥିରେ ଏସସିଏଫ୍ ମେଜର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଉ ଏହାପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ନିଲମ୍ବିତ କରିଛନ୍ତି ।
ତଦନ୍ତ ଘେରରେ ଅନ୍ୟ ସେନା ଅଧିକାରୀ ଥିବା ସୂଚନା ରହିଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ଗତବର୍ଷ ମାର୍ଚ୍ଚ ମାସରୁ ଯାଞ୍ଚ ଆରମ୍ଭ ହୋଇଥିଲା । ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରାଯାଉଥିବା ସୂଚନା ମିଳିଥିଲା । ଆଉ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ରେ ପାକିସ୍ତାନର ଗୁଇନ୍ଦ ବିଭାଗର କିଛି ବ୍ୟକ୍ତି ରହିଥିବା ପ୍ରମାଣ ମିଳିଛି । ଦେଶର ସୁରକ୍ଷା ବ୍ୟବସ୍ଥାକୁ ହାନୀ ପହଁଚାଇବା ନେଇ ମେଜରଙ୍କୁ ସେବାରୁ ବରଖାସ୍ତ କରାଯାଇଛି ।
Powered by Froala Editor