ଗୋଟିଏ ପରିବାରର ୯ ଜଣଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି। ପୂରା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଉଭୟ ଦେଶର ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି।
ୟୁକ୍ରେନର ଅଧିକାରୀମାନେ ଘଟଣା ପାଇଁ ରୁଷ ସୈନ୍ୟଙ୍କୁ ଦାୟୀ କରିଛନ୍ତି। ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୁଷ ସୈନ୍ୟମାନଙ୍କୁ କାପକାନେଟ୍ସ ପରିବାର ସେମାନଙ୍କ ଘର ଦେବାକୁ ମନା କରିଥିଲେ। ଏଥିପାଇଁ ଅକ୍ଟୋବର ୨୭ରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।ରୁଷର ତଦନ୍ତକାରୀ ଟିମ ଏହି ଲୋମହର୍ଷଣକାରୀ ଘଟଣାରେ ୨ ଜଣଙ୍କ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଅଟକ ଦୁଇ ସନ୍ଦିଗ୍ଧ ରୁଷ ସେନାର କର୍ମଚାରୀ। ସେମାନେ ପୂର୍ବପ୍ରାନ୍ତରେ ହିଁ କାର୍ୟ୍ୟ କରୁଥିଲେ। ତେବେ ସେମାନେ କାହିଁକି ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା କଲା, ସେନେଇ ତଦନ୍ତକାରୀ ଟିମ କିଛି ବି କହି ନାହିଁ।
Powered by Froala Editor