Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ​ଆଇପିଏଲ୍‌ ମୁକୁଟ ବଜାୟ ରଖିଲା ରୋୟାଲ ...

  • ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ...

  • ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ...

  • ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ...

  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

  • ଭାରତୀୟ ସେନା ଅପରେସନ ସିନ୍ଦୁର ୨.୦ ପାଇଁ ...

  • ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ...

  • ପୁଣି ବୃଦ୍ଧି ହେଲା CNG ମୂଲ୍ୟ

  • ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ...

  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ...

Home ›› ››ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ ଲକ୍ଷ୍ମୀ: ମୁଖ୍ୟମନ୍ତ୍ରୀ

ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ ଲକ୍ଷ୍ମୀ: ମୁଖ୍ୟମନ୍ତ୍ରୀ

2023-11-01 09:06:22
15079
Share:
Facebook
Twitter
E-Mail
WhatsApp
Telegram
ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ ଲକ୍ଷ୍ମୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି   ଜୋରରେ ଆଗକୁ ନେବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ୟ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା । ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ । ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର  ଦିନ  ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା। ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟ ରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା   ଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର  ହେବ । ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ  ମା   ମାନଙ୍କ  ଗତିଶୀଳତା ବୃଦ୍ଧି ପାଇବ।
 କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ ।  ଶିକ୍ଷା  ,ସ୍ୱାସ୍ଥ୍ୟ  ଯୋଗାଯୋଗ, ଭିତ୍ତିଭୂମି  ଶିଳ୍ପ   କୃଷି  ସବୁ  କ୍ଷେତ୍ରରେ  ଉନ୍ନତି  କଳାହାଣ୍ଡି  ବାସୀଙ୍କ  ସପନକୁ  ସାକାର  କରିଛି। କଳାହାଣ୍ଡି ଆଜି  ନିଜ ଇତିହାସକୁ ପରିବର୍ତ୍ତନ  କରିଛି। ସଫଳତାର  ନୂଆ  କାହାଣୀ  ଯୋଡ଼ିଛି। ବିକାଶର ଯାତ୍ରାରେ ଆଗକୁ ବଢ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ।  

 ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ  କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି। ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ ଆରମ୍ଭ ହେବ। ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।  ସମସ୍ତଙ୍କ ସହଯୋଗରେ  ଆଗାମୀ  ଦିନରେ କଳାହାଣ୍ଡିର  ବିକାଶ  ଯାତ୍ରା  ଆହୁରି  ଆଗକୁ  ଯିବ ବୋଲି ସେ ମତ ଦେଇଥିଲେ।  ଆଜି କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍‌ଘାଟିତ ହେଇଥିଲା। ଏହି  ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ୟ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ କହିଲେ ଯେ  ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁ ପଞ୍ଚାୟତ ଗୁଡିକରେ ଲୋକମାନେ ସ୍ବପ୍ନରେ ସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବି ନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର ଆଧୁନିକ ବସ୍‌ ପରିବହନ ବ୍ୟବସ୍ଥା ଉପଲବ୍‌ଧ ହୋଇଛି  ଏହି କାର୍ୟ୍ୟକ୍ରମରେ ୫T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

କାର୍ୟ୍ୟକ୍ରମରେ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକଗଣ ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ଦିବ୍ୟଶଂକର ମିଶ୍ର, ଶ୍ରୀ ମୌଷଧି ବାଗ, ଶ୍ରୀ ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।
ପୂର୍ବରୁ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।  ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ।ସୂଚନାଯୋଗ୍ୟ ଯେ ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି । ୪୩.୧୮ ଏକର  ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ।ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି । ଏହା ବର୍ତ୍ତମାନ ନିର୍ମଣାଧୀନ ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ
    ଦେଶ-ଦେଶାନ୍ତର

    ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

    13615
    May 30, 2026
  •  ପୁଣି  ବୃଦ୍ଧି ହେଲା CNG ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବୃଦ୍ଧି ହେଲା CNG ମୂଲ୍ୟ

    14787
    May 30, 2026
  • ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    15605
    May 31, 2026
  • ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲେ ୫
    ଦେଶ-ଦେଶାନ୍ତର

    ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲେ ୫

    13964
    May 31, 2026
  • ​ଆଇପିଏଲ୍‌ ମୁକୁଟ ବଜାୟ ରଖିଲା ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ; ଫାଇନାଲରେ ଦମଦାର ...
    ଖେଳ ଖବର

    ​ଆଇପିଏଲ୍‌ ମୁକୁଟ ବଜାୟ ରଖିଲା ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ; ଫାଇନାଲରେ ଦମଦାର ...

    14552
    May 31, 2026
  • ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ଦେବୀ
    ଦେଶ-ଦେଶାନ୍ତର

    ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ଦେବୀ

    14315
    May 30, 2026
  • ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14021
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....
    ବିଶେଷ

    ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    14785
    May 30, 2026
  • ଭାରତୀୟ ସେନା ଅପରେସନ ସିନ୍ଦୁର ୨.୦ ପାଇଁ ଭଲ ଭାବରେ ପ୍ରସ୍ତୁତି କରୁଛନ୍ତି: ସେନା ମୁଖ୍ୟ
    ଦେଶ-ଦେଶାନ୍ତର

    ଭାରତୀୟ ସେନା ଅପରେସନ ସିନ୍ଦୁର ୨.୦ ପାଇଁ ଭଲ ଭାବରେ ପ୍ରସ୍ତୁତି କରୁଛନ୍ତି: ସେନା ମୁଖ୍ୟ

    15278
    May 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

    13615
    May 30, 2026
  • ଦେଶ-ଦେଶାନ୍ତର

    ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲେ ୫

    13964
    May 31, 2026
  • ଦେଶ-ଦେଶାନ୍ତର

    ପୁଣି ବୃଦ୍ଧି ହେଲା CNG ମୂଲ୍ୟ

    14787
    May 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16898
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17518
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17567
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17955
    Sep 06, 2023

ବିଶେଷ

  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    14669
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    14785
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14503
    May 29, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15361
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14943
    May 26, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15442
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15187
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15670
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14009
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ଦେବୀ

    14315
    May 30, 2026
  • ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲେ ୫

    13964
    May 31, 2026
  • ​ଆଇପିଏଲ୍‌ ମୁକୁଟ ବଜାୟ ରଖିଲା ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ; ଫାଇନାଲରେ ଦମଦାର ବିଜୟ

    14552
    May 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In