Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, September 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତରେ ହେବାକୁ ଥିବା ବ୍ରିକ୍ସ ...

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ...

  • ବିବାହ ପରେ ଏହି ଦୁଇ ରାଶିର ଲୋକ ...

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ...

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ...

  • ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ...

ରାଜ୍ୟ
Home ›› ରାଜ୍ୟ ››ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ

ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ

2023-11-01 06:38:43
14426
Share:
Facebook
Twitter
E-Mail
WhatsApp
Telegram
ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ

ଭୁବନେଶ୍ୱର:  ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯିବା ସହଏହାଏକ ପସନ୍ଦର ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ଏବଂ ନିରନ୍ତର ବିକାଶ ପାଇଁ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

 ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି। ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଲୁମିନିୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି।

ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯାଇ ସଂପୃକ୍ତ ଅଞ୍ଚଳରେ ଉଭୟ ଡାଉନଷ୍ଟ୍ରିମ୍ ଓ ପ୍ରାଥମିକ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁମୋଦନକୁ ଗୁରୁତ୍ୱ ଦିଆପାଇଥିଲା । ରତ୍ନପଥର କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର ଭାବରେ ଉଭା ହୋଇଛି, ଯାହା କି ହୀରା ଏବଂ ଅଳଙ୍କାର ଉତ୍ପାଦନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଉପଯୋଗ କରୁଛି। ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପର୍ୟ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଏହିସବୁକ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ରାଜ୍ୟରେ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି।

ସେମିକଣ୍ଡକ୍ଟର ଏବଂ ଇଏସଡିଏମ କ୍ଷେତ୍ରରେ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ସେମି-କଣ୍ଡକ୍ଟର ଏବଂ ଇଏସଡିଏମ ସେକ୍ଟରରେ ସିଲିକୋ କାର୍ବାଇଡ୍ ଡିଭାଇସ୍ ଏବଂ ଏସଆଇସି ମଡ୍ୟୁଲ୍ ପାଇଁ ଉତ୍ପାଦନ ଫେବ୍ରିକେସନ୍ ଏବଂ ପ୍ୟାକେଜିଂ ସୁବିଧା ପ୍ରତିଷ୍ଠା ନ ୫୧୦.୮୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଫଳରେ ଖୋର୍ଦ୍ଧା, ଇନଫୋଭ୍ୟାଲିରେ ୨୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଖୋର୍ଦ୍ଧାରେ ଅତ୍ୟାଧୁନିକ ଲ୍ୟାବମାଧ୍ୟମରେ ହୀରା ଓ ଅଳଙ୍କାର ଉତ୍ପାଦନ କାରଖାନା ଜରିଆରେ ରତ୍ନପଥର କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି ନୁଭୋ ଆୟୋନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମ୍ୟାନୁଫାକ୍ଚରିଂ ଏଲଏଲପି । ୨୫୬.୫୦ କୋଟି ଟଙ୍କା ବିନିଯୋଗରେ ଏହି ଅଗ୍ରଣୀ ଉଦ୍ୟୋଗ ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ କାର୍ୟ୍ୟ କରିବାକୁ ଯାଉଛି । ଏହାବ୍ୟତୀତ ଏହା ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ଆନୁଷଙ୍ଗିକ ଓ ଡାଉନଷ୍ଟ୍ରିମ୍ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଫୋର୍ ଷ୍ଟାର ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍, ଖେଦରିଆ ଇସ୍ପାତ ଲିମିଟେଡ୍, ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅଭିରବ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ସହିତ ଅନେକ ବିଭିନ୍ନ କମ୍ପାନୀଗୁଡିକର ପୁଞ୍ଜିନିବେଶ ଯୋଗୁଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛିଜ୍ଝ ଏହି କଂପାନୀଗୁଡ଼ିକ ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ପ୍ରାୟ ୯୦୦ କୋଟି ଟଙ୍କା ନିବେଶ କରିଛନ୍ତି ଯାହା ଏହି ପୁଞ୍ଜିନିବେଶ ମାଧ୍ୟମରେ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ରାଜ୍ୟ ୧୬୯୬ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।ଫର୍ଟିଲାଇଜର କ୍ଷେତ୍ରରେ ଉତ୍କଳ ଫସଫେଟ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ବାର୍ଷିକ ୧ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିଙ୍ଗଲ୍ ସୁପର ଫସଫେଟ୍ (ଏସ୍ଏସପି) ଓ ଗ୍ରାନୁଲେଟେଡ୍ ସିଙ୍ଗଲ୍ ସୁପର ଫସଫେଟ୍ (ଜିଏସ୍ଏସପି) ସାର ୟୁନିଟ୍ ର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୬୨.୦୭ କୋଟି ଟଙ୍କା ବିନିଯୋଗ କରୁଛି।

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିଶେଷକରି ଆଲୁମିନିୟମ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ସମ୍ବଲପୁରରେ ଆଲୁମିନିୟମ ବ୍ୟାଟେରୀ ଫଏଲ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ୮୩୪ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ହେଉଛି । ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ୧୦୩୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା କେବଳ ପୁଞ୍ଜିନିବେଶ କ୍ଷେତ୍ରକୁ ଉତ୍ସାହିତ କରିବ ନାହିଁ ବରଂ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟାଟେରୀ ଉତ୍ପାଦନ ସହ ଜଡିତ କମ୍ପାନୀଗୁଡିକୁ ଏହି ଅଞ୍ଚଳରେ ସେମାନଙ୍କର ୟୁନିଟ୍ ସ୍ଥାପନ କରିବାକୁ ଉତ୍ସାହିତ କରିବ ।ସେହିପରି ନାରାୟଣୀ ଗ୍ରୀନ୍ ପ୍ୟାକ୍ ଖୋର୍ଦ୍ଧାରେ ନେସଟଲ୍ ପାଇଁ ୫୦.୮୪ କୋଟି ଟଙ୍କା ବିନିଯୋଗ ଓ ୧୨୦ ନିଯୁକ୍ତି ସମ୍ଭାବନା ସହିତ ଏକ କାଗଜ ଓ କାଗଜ ବୋର୍ଡ କଣ୍ଟେନର ଉତ୍ପାଦନ କାରଖାନା ସ୍ଥାପନ କରୁଛି।

ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମେସର୍ସ ମା’ ତାରିଣୀ ରୋଲର ଫ୍ଲୋର ମିଲସ୍ ଏଲଏଲପି ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା ମିଲ୍ ପାଇଁ ୫୮.୩୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ‘ମିଲ୍କ ମନ୍ତ୍ର ଡାଏରୀ’ ପୁରୀରେ ଡାଏରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୧.୧୦ କୋଟି ଟଙ୍କା ବିନିଯୋଗ କରୁଛି। ମିଳିତ ନିଯୁକ୍ତି ସୃଷ୍ଟି କ୍ଷମତା ପ୍ରାୟ ୧୧୩୫।ଝାରସୁଗୁଡ଼ାରେ ୭୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧୫୦ ନିଯୁକ୍ତି ସମ୍ଭାବନା ରଖିମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡ ସ୍ଥାପନ ହେବାକୁ ଯାଉଛି ଯାହା ଓଡ଼ିଶା ପର୍ୟ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବ । ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ପର୍ୟ୍ୟଟନ ପର୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିପ୍ଳବ ଦିଗରେ ପଦକ୍ଷେପକୁ ସୂଚାଉଛି ।

Powered by Froala Editor

Tags single window clearance authority meeting

Related articles Odisha News Lens 4.1

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ
    ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15302
    Sep 11, 2026
  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ
    ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13490
    Sep 10, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14338
    Sep 10, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି
    ବିଶେଷ

    ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13669
    Sep 11, 2026
  • ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...
    ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...

    13839
    Sep 11, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15610
    Sep 10, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...

    13772
    Sep 09, 2026
  • ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ...

    14813
    Sep 09, 2026
  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା
    ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    14971
    Sep 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି?

    13839
    Sep 11, 2026
  • ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14338
    Sep 10, 2026
  • ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    14971
    Sep 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17088
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17754
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17755
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18161
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13669
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15773
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14566
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13877
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14682
    Aug 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13817
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14692
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15031
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14992
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    14841
    Sep 10, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15302
    Sep 11, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14338
    Sep 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In