Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ...

  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ...

  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ...

  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ...

  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ ...

ରାଜ୍ୟ
Home ›› ରାଜ୍ୟ ››ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ

ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ

2023-11-01 06:38:43
14338
Share:
Facebook
Twitter
E-Mail
WhatsApp
Telegram
ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ

ଭୁବନେଶ୍ୱର:  ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯିବା ସହଏହାଏକ ପସନ୍ଦର ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ଏବଂ ନିରନ୍ତର ବିକାଶ ପାଇଁ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

 ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି। ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଲୁମିନିୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି।

ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯାଇ ସଂପୃକ୍ତ ଅଞ୍ଚଳରେ ଉଭୟ ଡାଉନଷ୍ଟ୍ରିମ୍ ଓ ପ୍ରାଥମିକ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁମୋଦନକୁ ଗୁରୁତ୍ୱ ଦିଆପାଇଥିଲା । ରତ୍ନପଥର କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର ଭାବରେ ଉଭା ହୋଇଛି, ଯାହା କି ହୀରା ଏବଂ ଅଳଙ୍କାର ଉତ୍ପାଦନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଉପଯୋଗ କରୁଛି। ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପର୍ୟ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଏହିସବୁକ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ରାଜ୍ୟରେ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି।

ସେମିକଣ୍ଡକ୍ଟର ଏବଂ ଇଏସଡିଏମ କ୍ଷେତ୍ରରେ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ସେମି-କଣ୍ଡକ୍ଟର ଏବଂ ଇଏସଡିଏମ ସେକ୍ଟରରେ ସିଲିକୋ କାର୍ବାଇଡ୍ ଡିଭାଇସ୍ ଏବଂ ଏସଆଇସି ମଡ୍ୟୁଲ୍ ପାଇଁ ଉତ୍ପାଦନ ଫେବ୍ରିକେସନ୍ ଏବଂ ପ୍ୟାକେଜିଂ ସୁବିଧା ପ୍ରତିଷ୍ଠା ନ ୫୧୦.୮୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଫଳରେ ଖୋର୍ଦ୍ଧା, ଇନଫୋଭ୍ୟାଲିରେ ୨୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଖୋର୍ଦ୍ଧାରେ ଅତ୍ୟାଧୁନିକ ଲ୍ୟାବମାଧ୍ୟମରେ ହୀରା ଓ ଅଳଙ୍କାର ଉତ୍ପାଦନ କାରଖାନା ଜରିଆରେ ରତ୍ନପଥର କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି ନୁଭୋ ଆୟୋନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମ୍ୟାନୁଫାକ୍ଚରିଂ ଏଲଏଲପି । ୨୫୬.୫୦ କୋଟି ଟଙ୍କା ବିନିଯୋଗରେ ଏହି ଅଗ୍ରଣୀ ଉଦ୍ୟୋଗ ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ କାର୍ୟ୍ୟ କରିବାକୁ ଯାଉଛି । ଏହାବ୍ୟତୀତ ଏହା ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ଆନୁଷଙ୍ଗିକ ଓ ଡାଉନଷ୍ଟ୍ରିମ୍ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଫୋର୍ ଷ୍ଟାର ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍, ଖେଦରିଆ ଇସ୍ପାତ ଲିମିଟେଡ୍, ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅଭିରବ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ସହିତ ଅନେକ ବିଭିନ୍ନ କମ୍ପାନୀଗୁଡିକର ପୁଞ୍ଜିନିବେଶ ଯୋଗୁଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛିଜ୍ଝ ଏହି କଂପାନୀଗୁଡ଼ିକ ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ପ୍ରାୟ ୯୦୦ କୋଟି ଟଙ୍କା ନିବେଶ କରିଛନ୍ତି ଯାହା ଏହି ପୁଞ୍ଜିନିବେଶ ମାଧ୍ୟମରେ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ରାଜ୍ୟ ୧୬୯୬ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।ଫର୍ଟିଲାଇଜର କ୍ଷେତ୍ରରେ ଉତ୍କଳ ଫସଫେଟ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ବାର୍ଷିକ ୧ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିଙ୍ଗଲ୍ ସୁପର ଫସଫେଟ୍ (ଏସ୍ଏସପି) ଓ ଗ୍ରାନୁଲେଟେଡ୍ ସିଙ୍ଗଲ୍ ସୁପର ଫସଫେଟ୍ (ଜିଏସ୍ଏସପି) ସାର ୟୁନିଟ୍ ର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୬୨.୦୭ କୋଟି ଟଙ୍କା ବିନିଯୋଗ କରୁଛି।

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିଶେଷକରି ଆଲୁମିନିୟମ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ସମ୍ବଲପୁରରେ ଆଲୁମିନିୟମ ବ୍ୟାଟେରୀ ଫଏଲ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ୮୩୪ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ହେଉଛି । ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ୧୦୩୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା କେବଳ ପୁଞ୍ଜିନିବେଶ କ୍ଷେତ୍ରକୁ ଉତ୍ସାହିତ କରିବ ନାହିଁ ବରଂ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟାଟେରୀ ଉତ୍ପାଦନ ସହ ଜଡିତ କମ୍ପାନୀଗୁଡିକୁ ଏହି ଅଞ୍ଚଳରେ ସେମାନଙ୍କର ୟୁନିଟ୍ ସ୍ଥାପନ କରିବାକୁ ଉତ୍ସାହିତ କରିବ ।ସେହିପରି ନାରାୟଣୀ ଗ୍ରୀନ୍ ପ୍ୟାକ୍ ଖୋର୍ଦ୍ଧାରେ ନେସଟଲ୍ ପାଇଁ ୫୦.୮୪ କୋଟି ଟଙ୍କା ବିନିଯୋଗ ଓ ୧୨୦ ନିଯୁକ୍ତି ସମ୍ଭାବନା ସହିତ ଏକ କାଗଜ ଓ କାଗଜ ବୋର୍ଡ କଣ୍ଟେନର ଉତ୍ପାଦନ କାରଖାନା ସ୍ଥାପନ କରୁଛି।

ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମେସର୍ସ ମା’ ତାରିଣୀ ରୋଲର ଫ୍ଲୋର ମିଲସ୍ ଏଲଏଲପି ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା ମିଲ୍ ପାଇଁ ୫୮.୩୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ‘ମିଲ୍କ ମନ୍ତ୍ର ଡାଏରୀ’ ପୁରୀରେ ଡାଏରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୧.୧୦ କୋଟି ଟଙ୍କା ବିନିଯୋଗ କରୁଛି। ମିଳିତ ନିଯୁକ୍ତି ସୃଷ୍ଟି କ୍ଷମତା ପ୍ରାୟ ୧୧୩୫।ଝାରସୁଗୁଡ଼ାରେ ୭୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧୫୦ ନିଯୁକ୍ତି ସମ୍ଭାବନା ରଖିମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡ ସ୍ଥାପନ ହେବାକୁ ଯାଉଛି ଯାହା ଓଡ଼ିଶା ପର୍ୟ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବ । ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ପର୍ୟ୍ୟଟନ ପର୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିପ୍ଳବ ଦିଗରେ ପଦକ୍ଷେପକୁ ସୂଚାଉଛି ।

Powered by Froala Editor

Tags single window clearance authority meeting

Related articles Odisha News Lens 4.1

  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ
    ଦେଶ-ଦେଶାନ୍ତର

    ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ

    14005
    Aug 12, 2025
  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ
    ଦେଶ-ଦେଶାନ୍ତର

    ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ

    14771
    Aug 12, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....
    ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13481
    Aug 13, 2025
  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ
    ଦେଶ-ଦେଶାନ୍ତର

    ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ

    14637
    Aug 12, 2025
  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ
    ମନୋରଞ୍ଜନ

    କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

    14399
    Aug 12, 2025
  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ
    ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15381
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15227
    Aug 13, 2025
  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...
    ଦେଶ-ଦେଶାନ୍ତର

    ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...

    14245
    Aug 13, 2025
  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14610
    Aug 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

    14399
    Aug 12, 2025
  • ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14610
    Aug 12, 2025
  • ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15381
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16666
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17108
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15582
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15227
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13481
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14039
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15307
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15464
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14729
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14537
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14271
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14738
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13481
    Aug 13, 2025
  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ

    14005
    Aug 12, 2025
  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

    14399
    Aug 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In