ଏଲ ନିନୋ ପ୍ରଭାବ : କମିବ ଶୀତ, ନଭେମ୍ବରରେ ଗରମ ହେବ
ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ କମିବ ଶୀତ । ଏଲ୍ ନିନୋ ସ୍ଥିତି ସୁଦୃଢ଼ ହେବା ପରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳକୁ ବାଦ୍ ଦେଲେ ନଭେମ୍ବରରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି।
ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ନଭେମ୍ବରରେ ସମଗ୍ର ଦେଶରେ ବର୍ଷା ସ୍ୱାଭାବିକ ଠାରୁ ଅଧିକ ହେବାର ସମ୍ଭାବନା ରହିଛି, ଯାହା କି ଦୀର୍ଘକାଳୀନ ହାରାହାରି ୭୭-୧୨୩ ପ୍ରତିଶତ।
ବର୍ତ୍ତମାନ ଭୂମଧ୍ୟରେଖା ନିକଟ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ‘ଏଲ ନିନୋ’ ସ୍ଥିତି ରହିଛି। ଭାରତ ମହାସାଗରରେ ମଧ୍ୟ ସକାରାତ୍ମକ ଡାଇପୋଲ ସ୍ଥିତି ରହିଛି । ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ସାମୁଦ୍ରିକ ତାପମାତ୍ରା ଭାରତୀୟ ଜଳବାୟୁକୁ ବିଶେଷ ପ୍ରଭାବିତ କରିଥାଏ। ତେଣୁ ତାପମାତ୍ରା ସ୍ୱାଭାବିକ ଠାରୁ ତାପମାତ୍ରା ଅଧିକ ରହିବ । ଏହି ‘ଏଲ ନିନୋ’ ସ୍ଥିତି ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରୁଛି। ତେବେ ଆସନ୍ତା ମୌସୁମୀ ଋତୁରେ ଏଲ୍ ନିନୋ ସ୍ଥିତି ଜାରି ରହିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Powered by Froala Editor