Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ...

  • ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ...

  • ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ...

  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ...

  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ...

  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ...

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ...

ରାଜ୍ୟ
Home ›› ରାଜ୍ୟ ››ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା- ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା- ଧର୍ମେନ୍ଦ୍ର ପ୍ରଧାନ

2023-10-31 09:40:50
15663
Share:
Facebook
Twitter
E-Mail
WhatsApp
Telegram
ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା- ଧର୍ମେନ୍ଦ୍ର ପ୍ରଧାନ

କଟକ, ଅକ୍ଟୋବର ୩୧ – ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପି ଦେବାକୁ ଐତିହାସିକ କଟକ ସହରରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଶପଥ ପାଠ କରାଇବା ସହ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ତମ ଜନ୍ମ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଏନଏସଡିସି ଓ ସ୍କିଲ୍ ଇଣ୍ଡିଆ ପକ୍ଷରୁ ଏହି ଗଣଦୌଡର ଆୟୋଜନ କରାଯାଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶହୀଦ ସ୍ମୃତି ପାର୍କ ଯାଏଁ ରନ୍ ଫର୍ ୟୁନିଟି ବା ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଶତାଧିକ ନାଗରିକ, ଯୁବଶକ୍ତି, ସାମାଜିକ ସଂଗଠନ ଓ ସାମରିକ ବଳ ଓ ଅର୍ଦ୍ଧ ସାମରିକ ବଳର ଯବାନ ମାନଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁକସାକ୍ଷୀ ହେଉଛି କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟ । ଏଠାରେ ସ୍ୱରାଜ ଆଶ୍ରମ ମାଧ୍ୟମରେ ସ୍ୱତନ୍ତ୍ରତା ଆନ୍ଦୋଳନର ବହ୍ନି ଜଳିଥିଲା । କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ । ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ସ୍ୱପ୍ନ ଓ ସଂସ୍କାରରେ ଗଢି ଉଠିଥିବା ହଜାର ବର୍ଷର ପୁରୁଣା ସଭ୍ୟତା କଟକରେ ଗଣଦୌଡରେ ସାମିଲ ହେବା ମୋର ସୌଭାଗ୍ୟ । ଆଜି ଗଣଦୌଡରେ ଦେଖାଯାଇଥିବା ଉତ୍ସାହ ଓଡ଼ିଶାର ନୂଆ ମିଜାଜ୍ ।

ସମଗ୍ର ଭାରତବର୍ଷ ପାଇଁ ଆଜି ଏକ ପବିତ୍ର ଓ ଐତିହାସିକ ଦିନ । ଓଡ଼ିଶାର ନୀଳଗିରି ସମେତ ସମଗ୍ର ଭାରତବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସର୍ଦ୍ଦାର ପଟେଲ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌ ୟୁନିଟି’ ପାଳିତ ହେବା ସହ ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ ହୋଇଛି ପଟେଲଙ୍କ ଦୂରଦୃଷ୍ଟି ଓ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଯୋଗୁଁ ଭାରତର ଏକତାକୁ ରକ୍ଷା କରାଯାଇପାରିଲା । ଦେଶରେ ଗଡଜାତ ରାଜ୍ୟ ମିଶ୍ରଣରେ ତାଙ୍କର ଭୂମିକା ଅତୁଳନୀୟ । ଷ୍ଟାଚ୍ୟୁ ଅଫ୍ ୟୁନିଟି ପଟେଲଙ୍କ ତ୍ୟାଗକୁ ମନେପକାଇବାର ବିରାଟ ଅବସର ଦେଉଛି ।

ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ମହାପୁରୁଷଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବାରୁ ଦେଶ ଆଜି କୃତଜ୍ଞ । ପଟେଲଙ୍କ ବିଚାରକୁ ଆଗକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ଅଖଣ୍ଡତା ଓ ସାର୍ବଭୌମତା ବଜାୟ ରଖିଛନ୍ତି । ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି । ଦେଶ ଐତିହାସିକ ଉପଲବ୍ଧି ଗୁଡିକର ଏବଂ ନିଷ୍ପତି ଗୁଡିକର ସାକ୍ଷୀ ହୋଇଛି । ସର୍ବବ୍ୟାପୀ ଭାରତର ପ୍ରଶଂସା ହେଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ରାଜପଥକୁ କର୍ତ୍ତବ୍ୟପଥରେ ନାମିତ କରାଯାଇଛି । ଦେଶର କୋଣ ଅନୁକୋଣରୁ ମହାପୁରୁଷ ଓ ସଂଗ୍ରାମୀଙ୍କ ଜନ୍ମମାଟିରୁ ଆସିଥିବା ମାଟି କର୍ତ୍ତବ୍ୟ ପଥରେ ଅମୃତ ବାଟିକାରେ ସ୍ଥାପନ ହେବା ପାଇଁ ଯାଉଛି । ଅମୃତ ବାଟିକା ନୂଆ ଭାରତର ଏକବିଂଶ ଶତାବ୍ଦୀର ତୀର୍ଥକ୍ଷେତ୍ର ହେବ ।

ଆଜିର ଦିନରେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଭୋକାଲ ଫର୍ ଲୋକାଲ ହେବା, ସ୍ୱଦେଶୀ ଆନ୍ଦୋଳନକୁ ଆପଣାଇବା, ମେଡ୍ ଇନ୍ ଇଣ୍ଡିଆକୁ ମହତ୍ତ୍ୱ ଦେବା, ସ୍ଥାନୀୟ ଉତ୍ପାଦକୁ କିଣିବା ଆଜିର ଦିନରେ ସଂକଳ୍ପ ହେଉ । ଆଜିର ଦିନ ଭାରତବର୍ଷର ସ୍ୱର୍ଣ୍ଣିମ ଇତିହାସ ପୃଷ୍ଠାରେ ସ୍ମରଣୀୟ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଶ୍ରୀ ପ୍ରଧାନ ସମବେତ ଯୁବଶକ୍ତି ଓ ନାଗରିକଙ୍କୁ ସତ୍ୟ ଓ ନିଷ୍ଠାର ସହ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ ଗୁଡ଼ିକ ହେଲା - ‘ମୁଁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ଏହି ବାର୍ତ୍ତାକୁ ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ଅଦମ୍ୟ ପ୍ରୟାସ କରିବି’ । ‘ମୁଁ ଏହି ଶପଥ ମୋ ଦେଶର ଏକତାର ଭାବନାରେ ନେଉଅଛି, ଯାହାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶୀତା ତଥା କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇ ପାରିଥିଲା । ‘ମୁଁ ମୋ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମୋ ଯୋଗଦାନ ଦେବାକୁ ମଧ୍ୟ ସତ୍ୟ ନିଷ୍ଠାର ସହ ସଂକଳ୍ପ କରୁଅଛି’ ।

ଶେଷରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମକୁ ଲୋକଉତ୍ସବରେ ପରିଣତ କରି ସଫଳ କରିଥିବାରୁ କଟକର ସବୁ ସଂଗଠନ ଓ ନାଗରିକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ
    ଦେଶ-ଦେଶାନ୍ତର

    ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ

    14294
    Oct 09, 2025
  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ
    ଦେଶ-ଦେଶାନ୍ତର

    ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14898
    Oct 09, 2025
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ
    ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    15067
    Oct 09, 2025
  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି
    ଦେଶ-ଦେଶାନ୍ତର

    ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି

    14578
    Oct 09, 2025
  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା
    ଦେଶ-ଦେଶାନ୍ତର

    ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

    15109
    Oct 09, 2025
  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ
    ଦେଶ-ଦେଶାନ୍ତର

    ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ

    14188
    Oct 09, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ
    ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13857
    Oct 09, 2025
  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ
    ଦେଶ-ଦେଶାନ୍ତର

    ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

    14305
    Oct 09, 2025
  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ
    ବିଶେଷ

    ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15537
    Oct 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14898
    Oct 09, 2025
  • ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    15067
    Oct 09, 2025
  • ଦେଶ-ଦେଶାନ୍ତର

    ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ

    14188
    Oct 09, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16868
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17229
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15683
    Apr 03, 2021

ବିଶେଷ

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15537
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13525
    Oct 09, 2025
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14156
    Oct 08, 2025
  • ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ

    14241
    Oct 06, 2025
  • ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ହୋଇଥାଏ ଶୁଭ

    15279
    Oct 06, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14261
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14058
    Sep 16, 2025
  • ଶସ୍ତା ହେଲା ସୁନା

    14388
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14958
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି

    14578
    Oct 09, 2025
  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15537
    Oct 09, 2025
  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

    15109
    Oct 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In