Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ...

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା ...

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ...

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ...

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

ରାଜ୍ୟ
Home ›› ରାଜ୍ୟ ››ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା- ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା- ଧର୍ମେନ୍ଦ୍ର ପ୍ରଧାନ

2023-10-31 09:40:50
15730
Share:
Facebook
Twitter
E-Mail
WhatsApp
Telegram
ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା- ଧର୍ମେନ୍ଦ୍ର ପ୍ରଧାନ

କଟକ, ଅକ୍ଟୋବର ୩୧ – ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପି ଦେବାକୁ ଐତିହାସିକ କଟକ ସହରରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଶପଥ ପାଠ କରାଇବା ସହ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ତମ ଜନ୍ମ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଏନଏସଡିସି ଓ ସ୍କିଲ୍ ଇଣ୍ଡିଆ ପକ୍ଷରୁ ଏହି ଗଣଦୌଡର ଆୟୋଜନ କରାଯାଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶହୀଦ ସ୍ମୃତି ପାର୍କ ଯାଏଁ ରନ୍ ଫର୍ ୟୁନିଟି ବା ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଶତାଧିକ ନାଗରିକ, ଯୁବଶକ୍ତି, ସାମାଜିକ ସଂଗଠନ ଓ ସାମରିକ ବଳ ଓ ଅର୍ଦ୍ଧ ସାମରିକ ବଳର ଯବାନ ମାନଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁକସାକ୍ଷୀ ହେଉଛି କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟ । ଏଠାରେ ସ୍ୱରାଜ ଆଶ୍ରମ ମାଧ୍ୟମରେ ସ୍ୱତନ୍ତ୍ରତା ଆନ୍ଦୋଳନର ବହ୍ନି ଜଳିଥିଲା । କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ । ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ସ୍ୱପ୍ନ ଓ ସଂସ୍କାରରେ ଗଢି ଉଠିଥିବା ହଜାର ବର୍ଷର ପୁରୁଣା ସଭ୍ୟତା କଟକରେ ଗଣଦୌଡରେ ସାମିଲ ହେବା ମୋର ସୌଭାଗ୍ୟ । ଆଜି ଗଣଦୌଡରେ ଦେଖାଯାଇଥିବା ଉତ୍ସାହ ଓଡ଼ିଶାର ନୂଆ ମିଜାଜ୍ ।

ସମଗ୍ର ଭାରତବର୍ଷ ପାଇଁ ଆଜି ଏକ ପବିତ୍ର ଓ ଐତିହାସିକ ଦିନ । ଓଡ଼ିଶାର ନୀଳଗିରି ସମେତ ସମଗ୍ର ଭାରତବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସର୍ଦ୍ଦାର ପଟେଲ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌ ୟୁନିଟି’ ପାଳିତ ହେବା ସହ ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ ହୋଇଛି ପଟେଲଙ୍କ ଦୂରଦୃଷ୍ଟି ଓ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଯୋଗୁଁ ଭାରତର ଏକତାକୁ ରକ୍ଷା କରାଯାଇପାରିଲା । ଦେଶରେ ଗଡଜାତ ରାଜ୍ୟ ମିଶ୍ରଣରେ ତାଙ୍କର ଭୂମିକା ଅତୁଳନୀୟ । ଷ୍ଟାଚ୍ୟୁ ଅଫ୍ ୟୁନିଟି ପଟେଲଙ୍କ ତ୍ୟାଗକୁ ମନେପକାଇବାର ବିରାଟ ଅବସର ଦେଉଛି ।

ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ମହାପୁରୁଷଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବାରୁ ଦେଶ ଆଜି କୃତଜ୍ଞ । ପଟେଲଙ୍କ ବିଚାରକୁ ଆଗକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ଅଖଣ୍ଡତା ଓ ସାର୍ବଭୌମତା ବଜାୟ ରଖିଛନ୍ତି । ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି । ଦେଶ ଐତିହାସିକ ଉପଲବ୍ଧି ଗୁଡିକର ଏବଂ ନିଷ୍ପତି ଗୁଡିକର ସାକ୍ଷୀ ହୋଇଛି । ସର୍ବବ୍ୟାପୀ ଭାରତର ପ୍ରଶଂସା ହେଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ରାଜପଥକୁ କର୍ତ୍ତବ୍ୟପଥରେ ନାମିତ କରାଯାଇଛି । ଦେଶର କୋଣ ଅନୁକୋଣରୁ ମହାପୁରୁଷ ଓ ସଂଗ୍ରାମୀଙ୍କ ଜନ୍ମମାଟିରୁ ଆସିଥିବା ମାଟି କର୍ତ୍ତବ୍ୟ ପଥରେ ଅମୃତ ବାଟିକାରେ ସ୍ଥାପନ ହେବା ପାଇଁ ଯାଉଛି । ଅମୃତ ବାଟିକା ନୂଆ ଭାରତର ଏକବିଂଶ ଶତାବ୍ଦୀର ତୀର୍ଥକ୍ଷେତ୍ର ହେବ ।

ଆଜିର ଦିନରେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଭୋକାଲ ଫର୍ ଲୋକାଲ ହେବା, ସ୍ୱଦେଶୀ ଆନ୍ଦୋଳନକୁ ଆପଣାଇବା, ମେଡ୍ ଇନ୍ ଇଣ୍ଡିଆକୁ ମହତ୍ତ୍ୱ ଦେବା, ସ୍ଥାନୀୟ ଉତ୍ପାଦକୁ କିଣିବା ଆଜିର ଦିନରେ ସଂକଳ୍ପ ହେଉ । ଆଜିର ଦିନ ଭାରତବର୍ଷର ସ୍ୱର୍ଣ୍ଣିମ ଇତିହାସ ପୃଷ୍ଠାରେ ସ୍ମରଣୀୟ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଶ୍ରୀ ପ୍ରଧାନ ସମବେତ ଯୁବଶକ୍ତି ଓ ନାଗରିକଙ୍କୁ ସତ୍ୟ ଓ ନିଷ୍ଠାର ସହ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ ଗୁଡ଼ିକ ହେଲା - ‘ମୁଁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ଏହି ବାର୍ତ୍ତାକୁ ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ଅଦମ୍ୟ ପ୍ରୟାସ କରିବି’ । ‘ମୁଁ ଏହି ଶପଥ ମୋ ଦେଶର ଏକତାର ଭାବନାରେ ନେଉଅଛି, ଯାହାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶୀତା ତଥା କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇ ପାରିଥିଲା । ‘ମୁଁ ମୋ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମୋ ଯୋଗଦାନ ଦେବାକୁ ମଧ୍ୟ ସତ୍ୟ ନିଷ୍ଠାର ସହ ସଂକଳ୍ପ କରୁଅଛି’ ।

ଶେଷରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମକୁ ଲୋକଉତ୍ସବରେ ପରିଣତ କରି ସଫଳ କରିଥିବାରୁ କଟକର ସବୁ ସଂଗଠନ ଓ ନାଗରିକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14351
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14699
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13731
    Jul 08, 2026
  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
    ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    13961
    Jul 10, 2026
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ
    ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13679
    Jul 10, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ
    ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14157
    Jul 10, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15786
    Jul 08, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15395
    Jul 09, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15487
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13679
    Jul 10, 2026
  • ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14351
    Jul 08, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13731
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15462
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15595
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15400
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15266
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14690
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14929
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14351
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14699
    Jul 08, 2026
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13679
    Jul 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In