ପୋଖରୀରେ ବୁଡ଼ିଗଲେ ୨ ଭାଇ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁରେ ପୋଖରୀରେ ବୁଡ଼ି ୨ ଭାଇଙ୍କର ମୃତ୍ୟୁ ଘଟିଛି। ଉଭୟ ସମ୍ପର୍କରେ ଜଣେ ଦାଦା ପୁଅ ହୋଇଥିବା ଅନ୍ୟ ଜଣେ ବଡ଼ବାପାଙ୍କ ପୁଅ ବୋଲି ଜଣାଯାଇଛି। ଜଣଙ୍କ ବୟସ ୧୨ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୧୧ ବର୍ଷ ବୋଲି ଜଣାଯାଇଛି।
ଆଜି ସକାଳେ ଦୁଇ ଜଣ ଟ୍ୟୁସନରୁ ଫେରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ନିଜର ଡ୍ରେସକୁ ପୋଖରୀ ହୁଡ଼ାରେ ରଖି ଦେଇ ଗାଧୋଉଥିଲେ। ଗାଧୋଇଲା ବେଳେ ଉଭୟ ବୁଡ଼ି ଯାଇଥିଲେ। ପୁଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ପୋଖରୀ ହୁଡ଼ାରେ ଉଭୟଙ୍କ ଡ୍ରେସ ଥିବା ଦେଖିଥିଲେ। ପୋଖରୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ମିଳିଥିଲା।
Powered by Froala Editor