୯ ରୁ ସମ୍ପୂର୍ଣ୍ଣ ଲକଡାଉନ, କେଉଁଠି ଜାଣନ୍ତୁ ?

ନୂଆଦିଲ୍ଲୀ: ଛତିଶଗଡ଼ ସଂକ୍ରମଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି ଦିନକରେ ଛତିଶଗଡ଼ରେ ସର୍ବାଧିକ ୯,୯୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ ମହାମାରୀ ଆରମ୍ଭ ହେବା ଠାରୁ ପ୍ରଥମ ଥର ପାଇଁ ଛତିଶଗଡ଼ରେ ଦୈନିକ ସଂକ୍ରମଣ ୯ ହଜାର ଟପିଛି । ସଂକ୍ରମଣ ବଢ଼ିବାରୁ ଛତିଶଗଡ଼ରେ କଟକଣା କଡ଼ାକଡ଼ି କରାଯାଇଛି । ରାୟପୁରରେ ଆସନ୍ତା ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣାହୋଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟରେ କରୋନା ରୋଗୀମାନଙ୍କ ପାଇଁ ପର୍ଯ୍ୟାପ୍ତ ବେଡ ନଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ପଦକ୍ଷେପ ନିଆଯାଉଥିବା ସରକାର କହିଛନ୍ତି ।