Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ...

  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ...

  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ...

  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ...

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ...

  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ...

Home ›› ›› ଭୁବନେଶ୍ବରରେ ଭସାଣି: ଦିନ ୩ଟାରୁ ରାତି ୧ଯାଏଁ ଯାନବାହାନ ଚଳାଚଳ ଉପରେ କଟକଣା

ଭୁବନେଶ୍ବରରେ ଭସାଣି: ଦିନ ୩ଟାରୁ ରାତି ୧ଯାଏଁ ଯାନବାହାନ ଚଳାଚଳ ଉପରେ କଟକଣା

2023-10-25 09:38:15
13774
Share:
Facebook
Twitter
E-Mail
WhatsApp
Telegram
 ଭୁବନେଶ୍ବରରେ ଭସାଣି:  ଦିନ ୩ଟାରୁ ରାତି ୧ଯାଏଁ ଯାନବାହାନ ଚଳାଚଳ ଉପରେ କଟକଣା

ଭୁବନେଶ୍ୱର: ସରିଲା ଶାରଦୀୟ ଦୁର୍ଗାପୂଜା । ଆଜି  ମେଲାଣି ନେବେ ମହାମାୟା । ଭସାଣି ଶୋଭାଯାତ୍ରା ଓ ମାଆଙ୍କୁ ବିସର୍ଜନ ପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ବରରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ତେବେ ଭସାଣି ପାଇଁ ଦିନ ୩ଟାରୁ ରାତି ୧ଯାଏଁ ଭୁବନେଶ୍ବରରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ତେବେ ଭୁବନେଶ୍ୱରର ସମସ୍ତ ମେଢ଼ର ବିସର୍ଜନ ଓ ଭସାଣି ଶୋଭାଯାତ୍ରା ପାଇଁ ତିନୋଟି ସ୍ଥାନ ନିରୁପଣ ହୋଇଛି । ଭସାଣି ସମୟରେ ଭିଡ଼କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଦିନ ୩ଟାରୁ ରାତି ୧ଯାଏଁ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ ।
ତେବେ ପୋଲିସର ସୂଚନା ମୁତାବକ ଭୁବନେଶ୍ୱର ଭସାଣି ଉତ୍ସବ ସମିତି ପକ୍ଷରୁ ଶହୀଦନଗରଠାରେ, ରାଜଧାନୀ ମନ୍ଦିର ସୁରକ୍ଷା ଓ ଭସାଣି କମିଟି ପାଇଁ ନୟାପଲ୍ଲୀ ସେହିପରି ଉତ୍ତର ଭୁବନେଶ୍ୱର ଭସାଣି କମିଟି ପାଇଁ ଚନ୍ଦ୍ରଶେଖରପୁରଠାରେ ସ୍ଥାନ ନିରୁପଣ କରାଯାଇଛି । ତିନୋଟି ଜୋନରେ ଭୁବନେଶ୍ୱର ଓ ଏହାର ଉପକଣ୍ଠର ପୂଜା କମିଟି କର୍ତ୍ତୃପକ୍ଷ ମାଆଙ୍କ ମେଢ଼ ସହ ଶୋଭାଯାତ୍ରାରେ ଆସି ଭସାଣି କରିବେ ।
ଶହୀଦନଗରଠାରେ ଏକାଠି ହେବାକୁ ଥିବା ମେଢ଼ମାନେ ବାଣୀବିହାରଠାରୁ ସିଧା ରାଜମହଲ ଛକ ପର୍ୟ୍ୟନ୍ତ ଯିବେ । ସେଠାରୁ ୟୁ ଟର୍ଣ୍ଣ କରି ପ୍ରସ୍ତୁତ ହୋଇଥିବା କୃତ୍ରିମ ଜଳାଶୟରେ ବିସର୍ଜନ କରିବେ । ତେବେ ବାଣୀବିହାରରୁ ରାଜମହଲ ପର୍ୟ୍ୟନ୍ତ ଭସାଣି ପାଇ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜମହଲରୁ ବାଣୀବିହାର ପର୍ୟନ୍ତ ଦିନ ୩ଟାରୁ ଗାଡ଼ି ଯିବା ଆସିବା ଉପରେ କଟକଣା ରହିବ । ଅର୍ଥାତ୍ ରାତି ୧ଟା ଯାଏଁ ସେହି ରୁଟରେ କୌଣସି ଗାଡି ଯାଇପାରିବ ନାହିଁ। ଏନେଇ କଳ୍ପନା ପଟୁ ବା ଶିଶୁଭବନ ପଟୁ ଯାଉଥିବା ସମସ୍ତ ଗାଡ଼ିକୁ ଏଜି ଟ୍ରାଫିକ ଦେଇ ସେକ୍ରେଟାରିଅଟ ଅର୍ଥାତ୍ ଆଚାର୍ୟ୍ୟବିହାର ରୋଡ୍ ଦେଇ ଡାଇଭର୍ଟ କରାଯିବ । ସେହିପରି ବାଣୀବିହାର ପଟୁ ଆସୁଥିବା ଗାଡ଼ି ଆଚାର୍ୟ୍ୟବିହାର ଦେଇ ଏଜି ପର୍ୟ୍ୟନ୍ତ ଡାଇଭର୍ସନରେ ଯିବ ।
ସେହିପରି ନୟାପଲ୍ଲୀରେ ଏକାଠି ହେଉଥିବା ମେଢ଼ ସବୁ ସିଆରପି ଦେଇ ଯିବା ବେଳେ ଷ୍ଟୁଆର୍ଟ ସ୍କୁଲ୍ ୟୁନିଟ ୮ ଓ ଓୟୁଏଟି ନିୟୁ ଏୟାରପୋର୍ଟ ରୋଡ଼ ପର୍ୟନ୍ତ କଟକଣା ରହିବ।ସେହିପରି ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ଅଫିସ ପାଖରୁ ପଟିଆ ପର୍ୟନ୍ତ ମଧ୍ୟ ଭସାଣି ଶୋଭାଯାତ୍ରା ପାଇଁ ଯାନବାହାନ ଉପରେ କଟକଣା ରହିଛି । ତେବେ ଅନ୍ୟ ରୁଟରେ ଯାନବାହନ ଚଳାଚଳ କରିପାରିବ ।

Powered by Froala Editor

Tags Vasani

Related articles Odisha News Lens 4.1

  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ
    ଦେଶ-ଦେଶାନ୍ତର

    ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15265
    Apr 15, 2026
  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15555
    Apr 14, 2026
  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର
    ମନୋରଞ୍ଜନ

    ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14347
    Apr 16, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା
    ଦେଶ-ଦେଶାନ୍ତର

    ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15771
    Apr 14, 2026
  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା
    ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15105
    Apr 15, 2026
  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’
    ମନୋରଞ୍ଜନ

    ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

    14445
    Apr 16, 2026
  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା
    ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13705
    Apr 14, 2026
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
    ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13662
    Apr 15, 2026
  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର
    ଦେଶ-ଦେଶାନ୍ତର

    ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    13702
    Apr 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13662
    Apr 15, 2026
  • ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13705
    Apr 14, 2026
  • ଦେଶ-ଦେଶାନ୍ତର

    ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15265
    Apr 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17417
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17474
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17831
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16302
    Apr 03, 2021

ବିଶେଷ

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15324
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16042
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14681
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15659
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14512
    Apr 08, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15334
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15067
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15568
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13865
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15265
    Apr 15, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15771
    Apr 14, 2026
  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14347
    Apr 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In