ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର
ପଞ୍ଜାବ ସରକାରଙ୍କ ପକ୍ଷରୁ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରମୁଖ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ‘Z+’ ବର୍ଗର ସୁରକ୍ଷା ବ୍ୟବସ୍ଥାକୁ ହଠାତ୍ ପ୍ରତ୍ୟାହାର କରି ନିଆଯାଇଛି। ଦଳୀୟ ନେତୃତ୍ୱ ସହ ବଢୁଥିବା ଦୂରତା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ପ୍ରଦାନ କରାଯାଇଛି।
ଚଳିତ ମାସ ଆରମ୍ଭରୁ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଦଳର ଉପ-ନେତା ପଦରୁ ହଟାଇ ଦେଇଥିଲା ଆମ୍ ଆମୀ ପାର୍ଟି । ପରେ ଦଳ ତାଙ୍କ ନାଁରେ ଅନେକ କିଛି ଅଭିଯୋଗ ଆଣିଥିଲା । ଆଉ ଏବେ ସାଂସଦ ରାଘବ ଚଢ଼ାଙ୍କ ଉପରୁ Z+ ସୁରକ୍ଷା ପ୍ରତ୍ୟାହାର କରାଯାଇଛି ।
ଦଳୀୟ ନେତୃତ୍ୱ ସହ ବଢୁଥିବା ବିବାଦ ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । କିନ୍ତୁ ବର୍ତ୍ତମାନ ସାଂସଦ ରାଘବ ଚଢ଼ାଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ପ୍ରଦାନ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଦିନେ ରାଘବ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ବହୁ ଘନିଷ୍ଟ ଥିଲେ ।
ହେଲେ ହଠାତ୍ ଆପ ଦଳରେ ରାଘବ ଓ କେଜ୍ରିୱାଲଙ୍କ ରାଜନୀତି ଅଙ୍କ ଭୁଲ ହୋଇଛି । ଯାହାଫଳରେ ଆପରେ ରାଘବଙ୍କୁ ନେଇ ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି ।
Powered by Froala Editor