‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର
ରଣବୀରଙ୍କ ବର୍ତ୍ତମାନର ପ୍ରୋଜେକ୍ଟ ‘ରାମାୟଣ’ ଶେଷ ହେବା ପରେ ଫିଲ୍ମ ‘ବ୍ରହ୍ମାସ୍ତ୍ର: ଭାଗ-୨’ର ସୁଟିଂ ଆରମ୍ଭ ହେବ । ୨୦୨୨ରେ ବଡ଼ ପରଦାକୁ ଆସିଥିଲା ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର: ଭାଗ-୧’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣବୀର କପୁର, ଆଲିୟା ଭଟ୍ଟ ଓ ଅମିତାଭ ବଚ୍ଚନ । ସେବେଠୁ ଏହାର ୨ୟ ଭାଗକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ । ସଦ୍ୟ ରିପୋର୍ଟରେ ଏ ନେଇ ବଡ଼ ଖବର ଆସିଛି । ଏବେ ଏହାର ପ୍ରଯୋଜକ ନମିତ ମଲହୋତ୍ରା ‘ବ୍ରହ୍ମାସ୍ତ୍ର-୨’ ସୁଟିଂ ଆରମ୍ଭ ସଙ୍କେତ ଦେଇଛନ୍ତି।
ନିକଟରେ ଲାସ ଭେଗାସରେ ଅଭିନେତା ୟଶଙ୍କ ସହ ନମିତ ଏକ ସିନେମା ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ସେମାନେ ‘ରାମାୟଣ’ ପାଇଁ ବିଶ୍ୱସ୍ତରରେ ପ୍ରମୋସନ୍ ଆରମ୍ଭ କରିଛନ୍ତି । ଏ ଅବସରରେ ନମିତ କହିଥିଲେ, ‘ବ୍ରହ୍ମାସ୍ତ୍ର-୨’ ଜରିଆରେ ଫାଣ୍ଟାସି ପ୍ରୋଜେକ୍ଟର ଧାରାକୁ ସେ ଆଗକୁ ବଢ଼ାଇବେ । ତେବେ ଏ ନେଇ ଅଦ୍ୟାବଧି ଔପଚାରିକ ଘୋଷଣା ହୋଇନାହିଁ।
ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏବେ ‘ୱାର୍-୨’ରେ ବ୍ୟସ୍ତ ଅଛନ୍ତି । ଏହାର ରିଲିଜ୍ ପରେ ସେ ‘ବ୍ରହ୍ମାସ୍ତ୍ର-୨’ର ପ୍ରାକ୍-ପ୍ରଯୋଜନା କାମ ଆରମ୍ଭ କରିବେ । ସିକ୍ୱେଲରେ ପଛ କାହାଣୀ ଏବଂ ଦେବ ଓ ଅମୃତାଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହେବ ।
Powered by Froala Editor