ମାଙ୍କୁ ମେଲାଣି: ଅପରାହ୍ନ ୩ଟାରୁ ଭୁବନେଶ୍ୱରରେ ଭଷାଣି ଆରମ୍ଭ

ଭୁବନେଶ୍ବର : ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା ଦୁର୍ଗତି ନାସିନୀ ଦୁର୍ଗା । ମାଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭଷାଣି ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୁଲିସ । ସେପଟେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଥିବା ବେଳେ ସବୁଠି ଅଗ୍ନିଶମ ବିଭାଗ ମୁତୟନ କରିବ ଅଗ୍ନିଶମ ବିଭାଗ । ଭଷାଣି ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତା କୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ ଟାରୁ ରାତି ୧ ଟା ପର୍ୟ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଥିବାବେଳେ ଡିଜେ ଗୁଡିକୁ ଚେକିଂ କରିବ ପୁଲିସ।
ଭଷାଣୀ ପାଇଁ ରାଜଧାନୀ ଭୁବନେଶ୍ବରରେ ମୁତୟନ ହେବେ ୩୧ ପ୍ଲାଟୁନ ପୁଲିସ ଫୋର୍ସ । ୧୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ୧୨ ଜଣ ଅତିରିକ୍ତ ଡିସିପି, ଏସିପି ୨୮ ଜଣ, ଇନ୍ସପେକ୍ଟର ୪୨ ଜଣ, ଏଏସଆଇ, ଏସଆଇ ୧୫ , ଟ୍ରାଫିକ ଅଫିସର ୧୩ ଜଣ ଓ ଅନ୍ୟାନ୍ୟ ପୁଲିସ କର୍ମକର୍ତ୍ତା ଉପସ୍ଥିତ ରହିବେ।ମାଆଙ୍କୁ ବୀସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳ ରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି ।
Powered by Froala Editor