୨୨୦ ଓଏଏସ୍ ଅଧିକାରୀଙ୍କ ବଦଳି
ଭୁବନେଶ୍ବର: ଓଏଏସ୍ ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଅଦଳବଦଳ କରିଛନ୍ତି। ୨୨୦ ଅଧିକାରୀଙ୍କୁ ବଦଳି କରାଯାଇଛି। ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି। ୨୫ ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି। ପୂଜା ଛୁଟି ଥିବା ସତ୍ତ୍ବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ ଅଧିକାରୀଙ୍କ ବଦଳି ହୋଇଥିଲା, ସେମାନଙ୍କୁ ମଧ୍ୟ ସେଣ୍ଟ୍ରାଲୀ ରିଲିଭ୍ କରାଗଲା ବୋଲି ଉଲ୍ଲେଖ ରହିଛି।
Powered by Froala Editor