ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନଙ୍କ ଠାରୁ ୩୫ଲକ୍ଷ ଠକିନେଇଥିଲା ସାଇବର ଠକ, ଧରିଲା ପୁଲିସ
ଭୁବନେଶ୍ବର: ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନଙ୍କୁ ୩୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନଙ୍କୁ ବିଶ୍ବାସ ଜନ୍ମାଇ ସାଇବର ଠକ ୩୫ଲକ୍ଷ ଠକିନେଇଛି। ଅଭିଯୁକ୍ତକୁ ଗିରଫ କରିବାରେ ସାଇବ ପୁଲିସ ସଫଳ ହୋଇଛି। ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ ଅନଲାଇନ ଗେମ ଖେଳି କିଛି ଟଙ୍କା ହରାଇଥିଲେ।
ଟଙ୍କା ଫେରାଇ ଆଣିବା ଆଳ ଦେଖାଇ ସାଇବର ଠକ ଜଣକ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନଙ୍କ ନିକଟତର ହୋଇଥିଲା। ତାଙ୍କୁ ଜାଲରେ ଫଶାଇ ବିଭିନ୍ନ ସମୟରେ ୩୫ ଲକ୍ଷ ଟଙ୍କା ଠକି ନେଇଥିଲା। ଠକାମିର ଶିକାର ହୋଇଥିବା ଜାଣି ଏତଲା ଦେବାରୁ ସାଇବର ଠକ ପୁଲିସ ହାତରେ ଧରାପଡ଼ିଥିଲା। ଅଭିଯୁକ୍ତଠାରୁ ୬ ଲକ୍ଷ ଟଙ୍କା, ଚେକ ବୁକ, ପାସବୁକ ଓ ମୋବାଇଲ ଫୋନ ପୁଲିସ ଜବତ କରିଛି। ଅଭିଯୁକ୍ତ ସାଇବର ଠକ ଡାଟା ସାଇନ୍ସରେ ଡିପ୍ଲୋମା କରିଥିବା ପୁଲିସ ସୂଚନା ଦେଇଛି।
Powered by Froala Editor