ବଳଦ ଚରାଇବାକୁ ଯାଇଥିଲେ, ମାରିଦେଲା ହାତୀ

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ବନାଞ୍ଚଳ ଅନ୍ତର୍ଗତ ବେଲଦା ବିଟ୍ ଜଳିଖୁଣ୍ଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ମଇଦାନକେଲ ପଞ୍ଚାୟତ ବାସୁଦେବପୁର ଗ୍ରାମର ଭାଗିରଥି ମହାନ୍ତ (୬୨) ବୋଲି ଜଣାପଡିଛି।
ଭାଗିରଥି ଶୁକ୍ରବାର ଦିନ ବଳଦ ଦୁଇଟିକୁ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ ।ସନ୍ଧ୍ୟା ସମୟରେ କେବଳ ବଳଦ ଦୁଇଟି ଘରକୁ ଆସିଥିଲେ ମାତ୍ର ଭାଗିରଥି ଘରକୁ ଫେରି ନଥିଲେ । ପରିବାର ଲୋକେ ମଧ୍ୟ ଭାଗିରଥି ର ସନ୍ଧାନ ପାଇନଥିଲେ । ସ୍ଥାନୀୟ ଛେଳି ଚରାଳୀ ଜଙ୍ଗଲକୁ ଯାଇଥିବା ବେଳେ ମୃତ ଦେହ ଉପରେ ଡ଼ାଳ ପଡିଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ।
ସଦର ଫରେଷ୍ଟର ଘଟଣା ସ୍ଥଳରେ ପଂହଁଚି ତଦନ୍ତ କରିବା ସହିତ ଶୁକ୍ରବାର ଦିନ ୧୮ ଟିକିଆ ହାତୀପଲ ସେହି ଅଂଚଳଲରେ ଡେରା ପକାଇଥିଲେ ହାତୀ ବୃଦ୍ଧକୁ ଦଳି ମାରିଦେଇଛନ୍ତି ବୋଲି ବନ ବିଭାଗ ସ୍ପଷ୍ଟ କରିଛନ୍ତି । ଭାଗିରଥିଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

Powered by Froala Editor