ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ଚେତାବନୀ ନୂତନ ଆଇଟି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଆଜି କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି | ଏହାସହିତ ସାମାଜିକ ଗଣମାଧ୍ୟମ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି | କେନ୍ଦ୍ର ସରକାର ଟ୍ୱିଟର କୁ କହିଛନ୍ତି ଯେ, ନୂତନ ଆଇଟି ନିୟମ ମାନି ନିଅ ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ।
କେନ୍ଦ୍ର ସରକାରଙ୍କ ତରଫରୁ ଟ୍ୱିଟର କୁ ଦିଆ ଯାଇଥିବା ନୋଟିସ ରେ ଟ୍ୱିଟର ଇଣ୍ଡିଆକୁ ନୂତନ ନିୟମ ତତ୍କାଳ ପାଳନ କରିବା ପାଇଁ ଏକ ଅନ୍ତିମ ନୋଟିସ୍ ଜାରି କରାଯାଇଛି । ଏମିତି ନକଲେ ଆଇଟି ଆକ୍ଟ ୨୦୦୦ର ଧାରା ୭୯ ଆଧାରରେ ମିଳୁଥିବା ରିହାତି ସମାପ୍ତ ହୋଇଯିବ । ନିୟମ ପାଳନ ନକଲେ ଯାହା କିଛି ପରିଣାମ ଭୋଗିବ ସେଥିପାଇଁ ଟ୍ୱିଟର ଦାୟୀ ରହିବ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନୋଟିସରେ କୁହାଯାଇଛି ଯେ , ନୂତନ ଆଇଟି ନିୟମ ପାଳନ କରିବାରେ ବିଫଳ ହେଲେ ଟ୍ୱିଟର ନୂତନ ଆଇଟି ନିୟମ ଆଧାରରେ ଦିଆଯାଉଥିବା ସମସ୍ତ ରିହାତି ହରାଇବ ।
Powered by Froala Editor