ଦୁଇଭାଇଙ୍କ ସଲୀଳ ସମାଧି
କ.ନୂଆଗାଁ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବାଲିଗାଡ଼ା ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଦୁଇ ପୁଅ ମିହିରକାନ୍ତ (୧୫) ଓ କାମାକ୍ଷା (୧୩) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଏହି ଜିଲ୍ଲାର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ପଞ୍ଚାୟତ ମାଲିକାପଡ଼ି ଗ୍ରାମରେ ଥିବା ଅଜା ଘରକୁ ବୁଲି ଆସିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଟିକାବାଲି ଥାନା ସୂତ୍ରରୁ ପ୍ରକାଶ, ସକାଳେ ଦୁଇ ଭାଇ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ପରିବାର ଲୋକେ ଜାଣିବା ପରେ ଗ୍ରାମବାସୀଙ୍କ ସାହାଯ୍ୟରେ ଦୁଇ ଭାଙ୍କୁ ଉଦ୍ଧାର କରି ଗୁଟିଙ୍ଗିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା ।
Powered by Froala Editor