ହାତୀଦାନ୍ତ ଜବତ, ୩ ଗିରଫ
ପୁରୀ : ପୁରୀରୁ ହାତୀଦାନ୍ତ ଜବତ । ଏହାସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଟାଉନ୍ ଥାନା ଅନ୍ତର୍ଗତ ସୁଆର ସାହିର ରାହୁଲ ସିଂହ, ଦୀପକ କୁମାର ଅଗ୍ରଓ୍ୱାଲ ଓ ତାଙ୍କ ବାପା ଶ୍ୟାମସୁନ୍ଦର ଲାଲ୍ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସେଣ୍ଟ୍ରାଲ ସ୍କୁଲ୍ ପଛ ପାର୍ଶ୍ବରେ ହାତୀଦାନ୍ତ କିଣାବିକା ହେବା ନେଇ ଜଣାପଡିଥିଲା। ପରେ ତାଳବଣିଆ ଥାନା ପୋଲିସ ସେଠାରେ ପହଞ୍ଚି ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ବ୍ୟାଗରେ ଥିବା ୨ଖଣ୍ଡ ହାତୀଦାନ୍ତ ପୋଲିସ ଜବତ୍ କରିଥିବା ବେଳେ ଏହା ୧୬ ସେମି ଓ ୧୩ ସେମି ବିଶିଷ୍ଟ ମୋଟ ୪୪୨ ଗ୍ରାମ୍ ହେବ ବୋଲି କହିଛି ପୋଲିସ। ବନ୍ୟପ୍ରାଣୀ ସୁରକ୍ଷା ଆଇନବଳରେ ପୋଲିସ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
Powered by Froala Editor