ଜେଲ ଗଲେ ସଲମାନ, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଧମକ ଦେବା ଅଭିଯୋଗରେ ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରୁ ଗିରଫ କରାଯାଇଛି । ରିପୋର୍ଟ ଅନୁସାରେ ସେହି ଯୁବକଙ୍କ ନାମ ହେଉଛି ସଲମାନ । ଗତକାଲି ରାତିରେ ସେ ପୁଲିସକୁ ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହା ପରେ ତାଙ୍କୁ ଜେରା ପାଇଁ ପୁଲିସ ଷ୍ଟେସନ ଅଣାଯାଇଥିଲା । ସେଠାରେ ସେ ଜେଲ ଯିବାକୁ ଚାହୁଁଥିବାରୁ ଏପରି ଧମକ ଦେଇଥିବା କଥା ପ୍ରକାଶ କରିଛନ୍ତି । ସଲମାନଙ୍କ ନାମରେ ବହୁତ ଗୁଡ଼ିଏ ମାମଲା ରହିଛି । ସେ ପୂର୍ବରୁ ଏକ ମାମଲାରେ ଜାମିନ ପାଇଥିବା ବେଳେ ଏହି କାରନାମା ଯୋଗୁ ତାଙ୍କୁ ପୁଣି ଜେଲରେ ଭର୍ତ୍ତି କରାଯାଇଛି ।
Powered by Froala Editor