ରାଷ୍ଟ୍ରପତି ଭବନରେ ପହଞ୍ଚିଛି ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠିପାରିନି। ଗୋଟିଏ ପଟେ ଜଣକ ପରେ ଜଣଙ୍କୁ ଜେରା କରାଯାଉଛି, ଅପରପଟରେ କିନ୍ତୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ ପ୍ରସଙ୍ଗ ଏବେ ରାଷ୍ଟ୍ରପତି ଭବନରେ ପହଞ୍ଚିଛି। ଏହି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆସାମ କୋକ୍ରାଝର ଲୋକସଭା ସାଂସଦ ନବ କୁମାର ସାରନିଆ ରାଷ୍ଟ୍ରପତିଙ୍କୁ ଇ-ମେଲ୍ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଜବାବ ରଖିଛନ୍ତି ରାଷ୍ଟ୍ରପତି ସଚିବାଳୟ। ଏନେଇ ଭାରତ ସରକାରଙ୍କ ଗୃହ ବିଭାଗ ସଚିବଙ୍କୁ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଦରଖାସ୍ତକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ହୋଇଛି।
Powered by Froala Editor