ଅମାନୁଷିକ ଶିକ୍ଷୟିତ୍ରୀ : ଲୁହା ରଡ୍ରେ ୫ମ ଓ ୬ଷ୍ଠ ପିଲାଙ୍କୁ ମାରିଲେ

ସ୍କଲକୁ ଦଣ୍ଡମୁକ୍ତ ଘୋଷଣା କରାଯାଇଛି । ହେଲେ ମହାରାଷ୍ଟ୍ରର ଏକ ଇଂଲିଶ ମିଡିୟମ ସ୍କୁଲରେ ଗଣିତ ଶିକ୍ଷକ ୪୦ ପିଲାଙ୍କୁ ମାରି ମାରି ଘାଇଲା କରିଦେଇଛନ୍ତି ।
କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ଡୋମ୍ବିବାଲିରେ ଥିବା ଏସଏଚ ଜୋନ୍ଧଲେ ବିଦ୍ୟାମନ୍ଦିର ଇଂଲିଶ ମିଡିୟମ ସ୍କୁଲରେ ଗଣିତ ଶିକ୍ଷୟିତ୍ରୀ ଭାବେ ନିଲମ ଭାଲମଲ ନିଯୁକ୍ତି ପାଇଥିଲେ । ଶିକ୍ଷୟିତ୍ରୀ ପିଲାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିବା ବି ଅଭିଯୋଗ ହୋଇଥିଲା । ଅଭିଭାବକଙ୍କ ଅଭିଯୋଗ ପରେ ପ୍ରିନ୍ସପାଲ ନିଲମଙ୍କୁ ଚେତାବନୀ ଦେଇଥିଲେ । ଅଭିଭାବକଙ୍କ ଅଭିଯୋଗ ପରେ ନିଲମ ରାଗ ମଞ୍ଚ ହୋଇ ଯାଇଥିଲା । ସେ ୫ମ ଓ ୬ଷ୍ଠ ଶ୍ରେଣୀର ଗଣିତରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ।
ପାଠ ପଢ଼ା ନାଁରେ ୮୦ ଛାତ୍ରଛାତ୍ରୀଙ୍କୁ ପିଟି ପିଟି କଲେ ଘାଇଲା । କାହାର ବେକ ତ କାହାର ହାତରେ ଆଘାତ ଲାଗିଥିଲା । ଏମିତି କି କିଛି ଛାତ୍ରଛାତ୍ରୀଙ୍କୁ ଲୁହା ରଡ଼ରେ ଶିକ୍ଷୟିତ୍ରୀ ଜଣଙ୍କ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରିନ୍ସପାଲ ନିଲମ୍ବିନ କରି ଦେଇଥିଲେ ।
Powered by Froala Editor