ହାତୀପଲଙ୍କ ଉପଦ୍ରବ, ଆକ୍ରମଣରେ ଚାଷୀ ମୃତ
ଢେଙ୍କାନାଳ : ଢେଙ୍କାନାଳ ସଦର ବନାଞ୍ଚଳ ମଙ୍ଗଳପୁର ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଚାଷୀଙ୍କ ନାମ ରଞ୍ଜିତ ରାଉତ ବୋଲି ଜଣାପଡିଛି ।ଗତ କିଛି ଦିନ ହେଲା କଣ୍ଟାବଣିଆ ଥାନା ମଙ୍ଗଳପୁର ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହାଫଳରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି ।ଏହିକ୍ରମରେ ରବିବାର ଦିନ ସକାଳ ସମୟରେ ମଙ୍ଗଳପୁର ଗାଁରେ ହାତୀ ପଲଙ୍କ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ମଙ୍ଗଳପୁର ଗାଁର ରଞ୍ଜିତ ରାଉତ ବୋଲି ଜଣାପଡିଛି । ରବିବାର ସକାଳ ସେ ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଟେକି କଚାଡି ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ଚାଷୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ କଣ୍ଟାବଣିଆ ପୋଲିସ ଓ ସଦର ରଞ୍ଜେ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ହାତୀଙ୍କୁ ଘଉଡାଇବାକୁ ପ୍ରତିଶୃତି ଦେବା ପରେ ମୃତ ଚାଷୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
Powered by Froala Editor