ପ୍ରାର୍ଥୀଙ୍କ ପାଇଁ ଆସିଲା ନୂଆ ରେଟ୍ଚାର୍ଟ : ଚା’ ପାଇଁ ୫, ଖାଦ୍ୟ ପ୍ଲେଟ୍କୁ ୭୧ ଟଙ୍କା
ଆଗକୁ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାମାନେ ଆରମ୍ଭ କରିଦେଛନ୍ତି ପ୍ରଚାର। କିନ୍ତୁ ଖର୍ଚ୍ଚ କରିବାବେଳେ ପ୍ରାର୍ଥୀଙ୍କୁ ସତର୍କ ହେବାକୁ ପଡ଼ିବ । କାରଣ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ କଡ଼ା ନଜର ରଖିଛନ୍ତି ନିର୍ବାଚନ ଆୟୋଗ । ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡିକ ପାଇଁ ନିର୍ବାଚନ କମିଶନ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନିର୍ବାଚନ ଆୟୋଗ ଏକ ସୀମା ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ସୀମାଠାରୁ ଅଧିକ ବ୍ୟୟ କଲେ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଖର୍ଚ୍ଚ ତାଲିକା ଅନୁସାରେ ଚା’ ପାଇଁ ୫ ଟଙ୍କା, ସିଙ୍ଗଡ଼ା ପାଇଁ ୧୨ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ରସଗୋଲା, ଆଇସକ୍ରିମ ପାଇଁ ମଧ୍ୟ ଦର ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ପ୍ଲାଷ୍ଟିକ୍ ଚେୟାର ପାଇଁ ଦୈନିକ ଭଡା ୫ ଟଙ୍କା, ପାଇପ୍ ଚେୟାର ୩ ଟଙ୍କା, ଭିଆଇପି ଚେୟାର ୧୦୫ ଟଙ୍କା, କାଠ ଟେବୁଲ ୫୩ ଟଙ୍କା, ଟ୍ୟୁବଲାଇଟ୍ ୧୦ ଟଙ୍କା, ହାଲୋଜେନ୍ ୫୦୦ ୱାଟ୍ ସ ୪୨ ଟଙ୍କା, ୧୦୦୦ ୱାଟ୍ ହାଲୋଜେନ୍ ୭୪ ଟଙ୍କା, ଭିଆଇପି ସୋଫା ସେଟ୍ ପାଇଁ ଭଡା ହିସାବରେ ଦୈନିକ ୬୩୦ ଟଙ୍କା ପ୍ରାର୍ଥୀ ବ୍ୟୟ କରିପାରିବେ।
ସେହିପରି ଖାଦ୍ୟ ପ୍ରତି ପ୍ଲେଟ୍ ୭୧ ଟଙ୍କା, ୫ ସିଟର୍ କାର୍ ଭଡ଼ା ଦିନକୁ ୨୬୨୫, ୨୦ ସିଟର୍ ମିନିବସ୍ ୬୩୦୦, ୩୫ ସିଟର୍ ବସ୍ ୮୪୦୦, ଅଟୋ ୧୨୬୦, ଭିଡିଓ ଭ୍ୟାନ୍ ୫୨୫୦, ଡ୍ରାଇଭର ଦିନକ ଭଡ଼ା ୬୩୦ଆଦି ସବୁ ଜିନିଷର ରେଟ୍ ଚାର୍ଟ ନିର୍ଦ୍ଧାରିତ କରିଛନ୍ତି ନିର୍ବଚନ ଆୟୋଗ। ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ପ୍ରଚାରରେ ଖର୍ଚ୍ଚ ହୋଇଥିବା ଟଙ୍କାର ପୂରା ବିବରଣୀ ଦେବାକୁ ବାଧ୍ୟତାମୂଳକ କରାଯାଇଛି।
ବାସ୍ତବରେ ପ୍ରାର୍ଥୀମାନେ ନିର୍ବାଚନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଆଉ ତାହା ସମ୍ଭବ ହୋଇପାରିବ ନାହିଁ। କାରଣ ପ୍ରାର୍ଥୀଙ୍କ ପ୍ରତ୍ୟେକ ଖର୍ଚ୍ଚ ନିର୍ବାଚନ ଆୟୋଗ ଦ୍ୱାରା ତଦାରଖ କରାଯିବ।
Powered by Froala Editor