ଉପରାଷ୍ଟ୍ରପତି ଓ ଆରଏସଏସ ମୁଖ୍ୟଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁଟିକ୍

ଟ୍ୱିଟର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ମାର୍କ ପ୍ରତ୍ୟାହାର କରି ନେଇଛି ଟ୍ୱିଟର। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। ଲୋକମାନେ ଏହାକୁ ନେଇ ଟ୍ୱିଟର ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। କିଛି ଲୋକ କହିଛନ୍ତି, ଦୀର୍ଘ ଦିନ ହେବ ଆକାଉଣ୍ଟ ଆକ୍ଟିଭ ନଥିବାରୁ ଏପରି ହୋଇଥାଇପାରେ।
ସୂଚନା ଯେ, ଟ୍ୱିଟର ପକ୍ଷରୁ ଶନିବାର ସକାଳେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦିଆଯାଇଥିଲା । ତେବେ ଉପରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟ ହ୍ୟାଣ୍ଡେଲରେ ବ୍ଲୁ ଟିକ୍ ମାର୍କ ରହିଥିଲା। ଏଥିରେ ୯ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ୧୩ ଲକ୍ଷ ଫଲୋଅର୍ସ ରହିଛନ୍ତି । ବିବାଦ ବଢିବା ପରେ ପୁଣି ଆକାଉଣ୍ଟକୁ ଭେରିଫାଏ କରାଯାଇଛି ।
ଏହାପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି ଟ୍ୱିଟର । ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ସେହି ଏକା କାରଣରୁ ହଟାଯାଇଥିବା ଅନୁମାନ କରାଯାଉଛି । କାରଣ ଭଗବତଙ୍କ ଆକାଉଣ୍ଟ୍ ୨୦୧୯ରେ ତିଆରି ହୋଇଥିଲା କିନ୍ତୁ ଗତ ୬ମାସରୁ ଅଧିକ ଦିନ ଧରି ଏହା ନିଷ୍କ୍ରିୟ ଅଛି । କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ଯ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ଯ୍ୟବାହକ ସୁରେଶ ସୋନି ଓ ସର କାର୍ଯ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି ।
ଏହି ଘଟଣାକୁ ନେଇ ଟ୍ୱିଟର ଇଣ୍ଡିଆ ସଫେଇ ଦେଇଛି ଯେ, ଆକାଉଣ୍ଟକୁ ଦୀର୍ଘ ଦିନ ଧରି ଲଗଇନ୍ କରାଯାଇ ନାହିଁ । ତେଣୁ ବ୍ଲୁ ଟିକ୍ ହଟିଯାଇଥିଲା । ଟ୍ୱିଟରର ନିୟମ ଅନୁସାରେ, ଯଦି ୟୁଜର ନିଜର ଟ୍ୱିଟଲ ହ୍ୟାଣ୍ଡେଲ ନାଁ ପରିବର୍ତ୍ତନ କରେ କିମ୍ବା ଯେଉଁ ଆଧାରରେ ଭେରିଫାଏ ହୋଇଥିଲେ ସେହି ସର୍ତ୍ତକୁ ନମାନେ ତେବେ ବ୍ଲୁ ଟିକ୍ ହଟାଇ ଦିଆଯାଇଥାଏ ।
Powered by Froala Editor