ଦିଲ୍ଲୀରେ ଅନ୍ଲକ୍ ପ୍ରିକ୍ରିୟା ଆରମ୍ଭ: ଅଡ୍-ଇଭେନ୍ ନମ୍ବରରେ ଖୋଲିବ ଦୋକାନ
ଲକଡାଉନ୍ ପରେ ଏବେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର କଟକଣାକୁ କୋହଳ କରୁଛନ୍ତି । ଜୁନ୍ ୭ ତାରିଖରୁ ଅଡ୍ ଇଭେନ୍ ନମ୍ବର ଆଧାରରେ ଦୋକାନ ଓ ମଲ୍ ଖୋଲିବ ବୋଲି ସେ ଘୋଷଣା କରିଛନ୍ତି। ଏହାସହିତ ୫୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ସେବା ଆରମ୍ଭ ହେବ। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଆଶଙ୍କା କରିଛନ୍ତି। ତେଣୁ ତାକୁ ନେଇ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ୭ ତାରିଖରୁ ଦିଲ୍ଲୀର ଘରୋଇ କଂପାନୀ ୫୦ ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ ଆରମ୍ଭ କରିପାରିବେ। ଜରୁରୀ ସାମଗ୍ରୀର ଦୋକାନ ସବୁଦିନ ଖୋଲିବ। ନୂଆ ଗାଇଡଲାଇନ୍ ଅନୁସାରେ ସରକାରୀ ଅଫିସ ୧୦୦ ପ୍ରତିଶତ ଗ୍ରୁପ୍ ଏ ଅଫିସର ଓ ୫୦ ପ୍ରତିଶତ ତଳିଆ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଜରୁରୀ ସେବାରେ ୧୦୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ।
ସୂଚନାନୁସାରେ, ଦିଲ୍ଲୀରେ କରୋନା ସଂକ୍ରମଣ ଚିନ୍ତାର ବିଷୟ ପାଲଟିଥିଲା । ଯାହାକୁ ନଜରରେ ରଖି ସରକାର ଲକଡାଉନ୍ ଘୋଷଣା କରିଥିଲେ । ଏହି ସମୟରେ ସବୁ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ଜାରି ରଖାଯାଇଥିଲା ।
Powered by Froala Editor