Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ...

  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ...

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ...

  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ...

Home ›› ››ଆମ ଓଡିଶା ନବୀନ ଓଡିଶା : ସଂସ୍କୃତି ସୁରକ୍ଷା ସହିତ ଆଧୁନିକତାରେ ସମୃଦ୍ଧ ହେବ ଆମ ଗାଁ – ମୁଖ୍ୟମନ୍ତ୍ରୀ

ଆମ ଓଡିଶା ନବୀନ ଓଡିଶା : ସଂସ୍କୃତି ସୁରକ୍ଷା ସହିତ ଆଧୁନିକତାରେ ସମୃଦ୍ଧ ହେବ ଆମ ଗାଁ – ମୁଖ୍ୟମନ୍ତ୍ରୀ

2023-10-13 18:36:01
13609
Share:
Facebook
Twitter
E-Mail
WhatsApp
Telegram
ଆମ ଓଡିଶା ନବୀନ ଓଡିଶା  : ସଂସ୍କୃତି ସୁରକ୍ଷା ସହିତ ଆଧୁନିକତାରେ ସମୃଦ୍ଧ ହେବ ଆମ ଗାଁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।


    ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।


    ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ।  ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି। ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।


ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି  ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର  ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ।


5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।


 ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଶ୍ରୀ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ,  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ । ନୟାଗଡ ଜିଲ୍ଲା କାର୍ଯ୍ୟକ୍ରମରେ  ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଶ୍ରୀ ରମେଶ ଚନ୍ଦ୍ର ବେହେରା ଓ  ଡଃ ଅରୁଣ କୁମାର ସାହୁଙ୍କ  ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ଯୋଗ ଦେଇ ମତାମତ ରଖିଥିଲେ। 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ । 


ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ପୁରୀ ଜିଲ୍ଲାର ୧୦ଟି ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୪ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହା ହେଲା ବ୍ରହ୍ମଗିରି ଅଞ୍ଚଳର ଭାବକୁଣ୍ଡଳେଶ୍ବର ମନ୍ଦିର ପାଇଁ ୧.୩ କୋଟି, କମଳେଶ୍ବର ଦେବ ମନ୍ଦିର ପାଇଁ ୧.୯୮ କୋଟି, ନିମାପଡା ଜଟେଶ୍ବର ଦେବ ମନ୍ଦିର ପାଇଁ ୧.୪୬ କୋଟି, ସୋମନାଥ ମନ୍ଦିର ପାଇଁ ୧.୪୫ କୋଟି, ଅମରେଶ୍ବର ମନ୍ଦିର ପାଇଁ ୧.୪୪ କୋଟି, ପିପିଲି ଅଞ୍ଚଳରେ କୁରୁକ୍ଷେଶ୍ବର ମନ୍ଦିର ପାଇଁ ୧ କୋଟି, ଅରଗଡ ବୌଦ୍ଧପୀଠ ପାଇଁ ୧ କୋଟି, ଗୋପୀନାଥ ମନ୍ଦିର ପାଇଁ ୩ କୋଟି, ସତ୍ୟବାଦୀର ବରାଳ ବାଲୁଙ୍କେଶ୍ବର ମନ୍ଦିର ପାଇଁ ୮୮ ଲକ୍ଷ ଓ ତୃତୀୟ ଦେବ ମନ୍ଦିର ପାଇଁ ୮୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ନୟାଗଡ ଜିଲ୍ଲାରେ ୧୧ଟି ମନ୍ଦିରର ଉନ୍ନତିକରଣ ପାଇଁ ୩୫ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏହା ହେଲା ରଣପୁର ଅଞ୍ଚଳର ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୪.୬୦ କୋଟି, ମା ମଣିନାଗ ମନ୍ଦିର ପାଇଁ ୩ କୋଟି, ତଳମଣିନାଗ ମନ୍ଦିର ପାଇଁ ୨ କୋଟି, ଲଡୁବାବା ମନ୍ଦିର ପାଇଁ ୫ କୋଟି, ଦଶପଲ୍ଲାର ମହାବୀରଜୀଉ ମନ୍ଦିର ପାଇଁ ୪.୫୦ କୋଟି, ସ୍ବପ୍ନେଶ୍ବର ମହାବୀର ମନ୍ଦିର ପାଇଁ ୫ କୋଟି, ନୟାଗଡ ଅଞ୍ଚଳର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୨.୭୭ କୋଟି, ଦକ୍ଷିଣକାଳୀ ମନ୍ଦିର ପାଇଁ ୩.୫୦ କୋଟି, ରଘୁନାଥ ଜୀଉ ମନ୍ଦିର ପାଇଁ ୩.୫୦ କୋଟି, ଦ୍ୟୁତିକେଶ୍ବର ମନ୍ଦିର ପାଇଁ ୧ କୋଟି ଓ ଧବଳେଶ୍ବର ମନ୍ଦିର ପାଇଁ ୬୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।  କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ତାଳଦଣ୍ଡା କେନାଲ ଆଦି ପ୍ରମୁଖ ରୂପାନ୍ତର କାର୍ଯ୍ୟକ୍ରମର  ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି 5T ସଚିବ ମତ ଦେଇଥିଲେ। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ ।


କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags Naveen patnaik , Ama Odisha Naveen Odisha

Related articles Odisha News Lens 4.1

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ
    ଦେଶ-ଦେଶାନ୍ତର

    ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13913
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...
    ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13616
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14486
    May 10, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର
    ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14038
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13340
    May 11, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15574
    May 11, 2026
  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13787
    May 10, 2026
  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ:  ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13761
    May 11, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15008
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13616
    May 11, 2026
  • ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15008
    May 11, 2026
  • ଦେଶ-ଦେଶାନ୍ତର

    ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13913
    May 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17469
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17519
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17877
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16350
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15999
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14508
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15468
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15215
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14015
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15394
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15132
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15624
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13946
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13340
    May 11, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14038
    May 11, 2026
  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13913
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In