୬୦ ଫୁଟ୍ କୂଅରେ ପଡିଗଲା ବିଲେଇ : ଉଦ୍ଧାର କରିବାକୁ ଯାଇ ଆଇସକ୍ରିମ ବେପାରୀ ମୃତ

ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ହୃଦୟବିଦାରକ ଘଟଣା ଘଟିଛି। ବିଲେଇକୁଉଦ୍ଧାର କରିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ। ମୃତକ ଶିବରାମ ସାହୁଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସେ ଜଣେ ଆଇସ୍କ୍ରିମ୍ ବେପାରୀ ।
ସୂଚନା ଅନୁସାରେ ପ୍ରାୟ ୬୦ ଗଭୀର ଏକ ପରିତ୍ୟକ୍ତ କୂଅରେ ବିଲେଇଟିଏ ପଡ଼ିଯାଇଥିଲା । ବିଲେଇଟିକୁ ମାଲିକ ଏକ ବାଲଟି ସହାୟତାରେ ବାହାର କରୁଥିଲେ। ଏହି ସମୟରେ ଆଇସକ୍ରିମ ବ୍ଯବସାୟୀ ଶିବରାମ ସାହୁ ବିଲେଇକୁ ଉଦ୍ଧାର କରିବାକୁ କୂଅରେ ପଶିଥିଲେ ।
ପରେ କୂଅ ଭିତରେ ଅଣନିଶ୍ବାସୀ ହୋଇପଡ଼ିଥିଲେ ଶିବରାମ । ଶିବରାମଙ୍କୁ ଉଦ୍ଧାର କରିବାକୁ ଶଙ୍କର ଦାସ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କୂଅକୁ ଯାଇଥିଲେ । ସେ ମଧ୍ୟ ସେଠାରେ ଅଣନିଶ୍ବାସୀ ହୋଇଯାଇଥିଲେ । ଶେଷରେ ଶିବରାମଙ୍କ ବଡ଼ଭାଇ ଭଜମନ ସାହୁ କୂଅକୁ ଯାଇଥିଲେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ କୂଅ ମଧ୍ୟରୁ ଉଦ୍ଧାର କରିଥିଲେ। ଶିବରାମଙ୍କର ମୃତ୍ୟୁ ହୋଇଯାଇଥିଲା ।
Powered by Froala Editor