ଜିତିଲେ ଭାରତୀ, ଫେରିପାଇଲେ ଚାକିରି

ବାରିପଦା ଖୁଣ୍ଟା ବ୍ଲକର ବ୍ୟାଙ୍କମିତ୍ର ଭାରତୀ ସିଂ ଚାକିରି ଫେରିପାଇଛନ୍ତି । ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଜ ଚାକିରିରେ ଯୋଗଦେବା ପାଇଁ ପତ୍ର ଲେଖିଛନ୍ତି ବ୍ଲକ ପ୍ରଶାସନ। ପୁନଃ ନିଯୁକ୍ତି ପାଇବା ପରେ ଭାରତୀ କହିଛନ୍ତି, ସତ୍ୟ ଓ ନ୍ୟାୟରେ ଥିଲେ ସତ୍ୟର ନିଶ୍ଚିତ ଜୟ ହେବ।
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବନ୍ଧଗୋଡ଼ା ପଞ୍ଚାୟତର ଆଦିବାସୀ ମହିଳା ଭାରତୀ ସିଂ। ୪ ବର୍ଷ ହେଲା ବ୍ୟାଙ୍କ ମିତ୍ର ଭାବେ କାମ କରି ଆରୁଥିଲେ। ଭଲ କାମ କରିଥିବାରୁ ପ୍ରଶାସନଠାରୁ ପୁରସ୍କୃତ ହୋଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଭୁବନେଶ୍ୱରରେ ବିକ୍ଷୋଭ ବେଳେ ୫ଟି ସଚିବଙ୍କ ପ୍ରତି ମନ୍ତବ୍ୟ ପରେ ଚାକିରି ହରାଇଥିବା ଅଭିଯୋଗ କରିଥିଲେ ।
ତେବେ ଏହି ଘଟଣାକୁ ନେଇ କିଛି ଦିନ ହେବ ରାଜ୍ୟରେ ତମ୍ବିତୋଫାନ ଦେଖାଦେଇଥିଲା । ଭାରତୀଙ୍କୁ ନ୍ୟାୟ ଦାବିରେ ସାମାଜିକ ସଂଗଠନ ସହ ଅଣ୍ଟା ଭିଡିଥିଲେ ସ୍ଥାନୀୟ ମହିଳା । ଶେଷରେ ଭାରତୀଙ୍କ ବିଜୟ ହୋଇଛି । ଭାରତୀ ଚାକିରି ଫେରି ପାଇଛନ୍ତି ।
Powered by Froala Editor