Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

  • ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

  • ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ...

  • ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ...

  • କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ...

  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ...

  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ...

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

  • ଏପରି ସଜାନ୍ତୁ ରାକ୍ଷୀ ଥାଳି

ରାଜ୍ୟ
Home ›› ରାଜ୍ୟ ››"ଆମ ଓଡିଶା ନବୀନ ଓଡିଶା" କାର୍ଯ୍ୟକ୍ରମର ଶୁଭାରମ୍ଭ , ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି - ମୁଖ୍ୟମନ୍ତ୍ରୀ

"ଆମ ଓଡିଶା ନବୀନ ଓଡିଶା" କାର୍ଯ୍ୟକ୍ରମର ଶୁଭାରମ୍ଭ , ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି - ମୁଖ୍ୟମନ୍ତ୍ରୀ

2023-10-10 10:26:00
15319
Share:
Facebook
Twitter
E-Mail
WhatsApp
Telegram

ଭୁବନେଶ୍ବର - ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ପ୍ରତି ଗାଁ ପାଇବେ 50 ଲକ୍ଷ ଟଙ୍କା ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ପ୍ରସାରିତ କରିବ ଏବଂ ଗଢିବ ଆମ ଓଡିଶା ନବୀନ ଓଡିଶା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ କେନ୍ଦୁଝରର ୬ଟି ନିର୍ବାଚନମଣ୍ଡଳୀ ଓ ଭଦ୍ରକର ୫ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କେନ୍ଦୁଝରର ୬ଟି ନିର୍ବାଚନ ମଣ୍ଡଳୀର ୨୯୭ଟି ଗ୍ରାମ ପଞ୍ଚାୟତର ୩୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୨୧୮ଟି ଗ୍ରାମ ପଞ୍ଚାୟତର ୩୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରତ୍ୟେକ ଜିଲ୍ଲାର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନପ୍ରତିନିଧି ମାନେ ଯଥା ବିଧାୟକଗଣ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ପର୍ବର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯୋଗୁ ଗରିବ ଓ ଅବହେଳିତ ଲୋକମାନଙ୍କ ମୁହଁରେ ଆଜି ହସ ଫୁଟିଛି ବୋଲି ସେମାନେ କହିଥିଲେ । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ ।

ଆଲୋଚନାରେ ଭାଗ ନେଇ 5T ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସ୍ଥାନୀୟ ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର । ଓଡିଶାର ପ୍ରତି ଗାଁର ବିକାଶ ପାଇଁ କାମ କରିବାକୁ ସେ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags Ama Odisha Naveen Odisha , Naveen Patnaik , 5T Secretary

Related articles Odisha News Lens 4.1

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ
    ଦେଶ-ଦେଶାନ୍ତର

    କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    13997
    Jul 30, 2025
  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ
    ଦେଶ-ଦେଶାନ୍ତର

    ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

    14000
    Jul 30, 2025
  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି
    ଦେଶ-ଦେଶାନ୍ତର

    ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15154
    Jul 30, 2025
  • ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ସମୁଦ୍ର
    ଦେଶ-ଦେଶାନ୍ତର

    ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ସମୁଦ୍ର

    13672
    Jul 30, 2025
  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ
    ଦେଶ-ଦେଶାନ୍ତର

    ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ

    15159
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି
    ବିଶେଷ

    ଏପରି ସଜାନ୍ତୁ ରାକ୍ଷୀ ଥାଳି

    14869
    Jul 30, 2025
  • ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା
    ଦେଶ-ଦେଶାନ୍ତର

    ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା

    14772
    Jul 30, 2025
  • କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ
    ଦେଶ-ଦେଶାନ୍ତର

    କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ

    14526
    Jul 30, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ
    ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14830
    Jul 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ସମୁଦ୍ର

    13672
    Jul 30, 2025
  • ଦେଶ-ଦେଶାନ୍ତର

    ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

    13591
    Jul 30, 2025
  • ବିଶେଷ

    ଏପରି ସଜାନ୍ତୁ ରାକ୍ଷୀ ଥାଳି

    14869
    Jul 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16646
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16759
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17083
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15565
    Apr 03, 2021

ବିଶେଷ

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14830
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି

    14869
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    15835
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15791
    Jul 28, 2025
  • ପ୍ରତିଦିନ ସେବନ କରନ୍ତୁ ପିଜୁଳି ପତ୍ର

    14944
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14713
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14806
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14153
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14450
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା

    14772
    Jul 30, 2025
  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ

    15159
    Jul 30, 2025
  • ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

    13591
    Jul 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In