ସ୍ୱାମୀଙ୍କୁ ଭିଡିଓ କଲ୍ କରିଥିବାବେଳେ ହମାସ୍ର ଆକ୍ରମଣ, ଭାରତୀୟ ମହିଳା ଆହତ
ଇସ୍ରାଏଲରେ ନର୍ସ ଭାବେ କାମ କରୁଥିବା କେରଳର ଜଣେ ମହିଳା ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣରେ ଆହତ ହୋଇଛନ୍ତି। ଭାରତରେ ବାସ କରୁଥିବା ସ୍ବାମୀଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା କରୁଥିବା ବେଳେ ନର୍ସ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଦୀର୍ଘ ୭ ବର୍ଷ ହେଲାଣି ଶୀଜା ଆନନ୍ଦ(୪୧) ଇସ୍ରାଏଲରେ ରହୁଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଭିଡିଓ କଲ କରିବା ସହ ସେ ସୁରକ୍ଷିତ ଥିବା କଥା ଜଣାଇଥିଲେ। ଏହାପରେ ସେ ସ୍ୱାମୀଙ୍କ ସହ ମଧ୍ୟ ଭିଡିଓ କଲରେ କଥା ହେଉଥିଲେ। ଏତିକି ବେଳେ ହମାସ ରକେଟ ମାଡ଼ କରିଥିଲା। ଏଥିରେ ଶୀଜା ଆହତ ହୋଇଥିଲେ।
ପରେ ଆଉ ଜଣେ କେରଳୀ ଆନନ୍ଦଙ୍କ ପରିବାରବର୍ଗଙ୍କୁ ସୂଚନା ଦେଲେ ଯେ, ଶୀଜା ଆହତ ହୋଇଛନ୍ତି ଓ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ଆଉ ଗୋଟାଏ ଅସ୍ତ୍ରୋପଚାର ଲାଗି ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯିବ।
ଶୀଜାଙ୍କ ସ୍ବାମୀ ଓ ୨ ପିଲା ଭାରତରେ ବାସ କରନ୍ତି। ସ୍ବାମୀ ପୁଣେରେ କାର୍ଯ୍ୟ କରନ୍ତି। ସୂଚନା ଅନୁସାରେ, କେରଳ ରାଜ୍ୟର ପ୍ରାୟ ୨୦୦ ଲୋକ ବେଥେଲ୍ହେମ୍ର ଏକ ହୋଟେଲ୍ରେ ଆଶ୍ରୟ ନେଇଛନ୍ତି ଓ ନିରାପଦ ଅଛନ୍ତି।
Powered by Froala Editor