ଏୟାର ଇଣ୍ଡିଆର ନୂଆ ଲୋଗୋ
ନୂଆଦିଲ୍ଲୀ : ଟାଟା ଅଧୀନରେ ପରିଚାଳିତ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ଲୋଗୋ ଇତିମଧ୍ୟରେ ପରିବର୍ତ୍ତନ ହୋଇସାରିଛି। କମ୍ପାନି ନୂଆ ଲୋଗୋର ନାମ ‘ଦ ଭିଷ୍ଟା’ ରଖିବା ସହିତ ରଙ୍ଗରେ ଅନେକ ପରିବର୍ତ୍ତନ ଆଣିଥିଲା। ରେଡ୍-ଅବରଜିନ-ଗୋଲ୍ଡ ରଙ୍ଗରେ ଏହି ଲୋଗୋ ପ୍ରସ୍ତୁତ ହୋଇଛି।
ଫ୍ରାନ୍ସର ଟୁଲୁଜ ସହରରେ ଏକ ୱାର୍କସପରେ ନୂଆ ଲୋଗୋରେ ଚିତ୍ରିତ ଏୟାରବସ୍ ୩୫୦ ବିମାନର ଫଟୋ ଆଜି ସାମ୍ନାକୁ ଆସିଛି। ନୂଆ ଲୋଗୋରେ ପ୍ରସ୍ତୁତ ଉକ୍ତ ବିମାନ ଚଳିତ ଶୀତଋତୁରେ ଭାରତରେ ପହଞ୍ଚିବ। କମ୍ପାନି ଏହାର ବିମାନଗୁଡ଼ିକୁ ନୂଆ ରୂପ ଦେବା ଲାଗି ପ୍ରାୟ ୪୦୦ ନିୟୁତ ଡଲାର ବ୍ୟୟ କରିବ। ୨୦୨୫ ମସିହା ସୁଦ୍ଧା ଏୟାର ଇଣ୍ଡିଆର ସମସ୍ତ ବିମାନରେ ନୂଆ ଲୋଗୋ ଦେଖିବାକୁ ମିଳିବ ବୋଲି ପୂର୍ବରୁ କମ୍ପାନିର ସିଇଓ କ୍ୟାମ୍ପବେଲ ୱିଲସନ କହିଥିଲେ।
Powered by Froala Editor