ବାଣ ଦୋକାନରେ ବିସ୍ଫୋରଣ, ୧୦ ଜୀବନ୍ତ ଦଗ୍ଧ

ବେଙ୍ଗାଲୁରୁ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁର ବାହାର ଅଞ୍ଚଳରେ ଥିବା ଅଟ୍ଟିବେଲି ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ଏକ ଗାଡିରୁ ବାଣ ପେଟି ଖଲାସ କରାଯାଉଥିବା ସମୟରେ ଏଭଳି ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। କିଛି ଲୋକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଘଟଣାସ୍ଥଳରେ ଦମକଳ ଗାଡ଼ି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ହୋଇଛି।
Powered by Froala Editor