ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍। ଏଥିପାଇଁ 'କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ' ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ଆବେଦନ କରାଯାଇଥିଲା l ଆବେଦନ ପତ୍ରର ତର୍ଜମା କରିବା ସହ 'ରସାବଳି'ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି l
୨୦୨୧ ମସିହାରେ କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘ ରସାବଳିର ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ସ୍ୱୀକୃତି ପାଇଁ ଆବେଦନ କରିଥିଲା। ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା l ପରେ ପରେ ଏନେଇ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ଅଭିଯାନ ଜାରି ରହିଥିଲା l ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି।
ଏହା ପୂର୍ବରୁ ଗତମାସରେ ନୟାଗଡ଼ ଜିଲ୍ଲା ବାଇଗଣ ‘କଣ୍ଟେଇମୁଣ୍ଡି’କୁ ଜିଓଗ୍ରାଫିକାଲ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଥିଲା। ସେହିପରି ମୟୂରଭଞ୍ଜ କାଇ ପିମ୍ପୁଡି ଚଟଣି ସହିତ ଢେଙ୍କାନାଳ ମଗଜି ଲଡୁ ଓ କୋରାପୁଟର କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମିଳିଥିଲା ।
Powered by Froala Editor