୯ ସିଂହ କରୋନା ପଜିଟିଭ, ସିଂହୀର ମୃତ୍ୟୁ
ମହାମାରୀ କରୋନା ତାର କାୟା ବିସ୍ତାରିତ କରିବାରେ ଲାଗିଛି । କରୋନାର ସଂକ୍ରମଣ ବୃଦ୍ଧି ପାଇବା ସହ ବର୍ତ୍ତମାନ ଏହାର କାୟା ବନ୍ୟଜୀବଜନ୍ତୁଙ୍କୁ ମଧ୍ୟ କବଳିତ କରିବାରେ ଲାଗିଛି । ଚେନ୍ନାଇ ଉପକଣ୍ଠରେ ଥିବା ଭାନଦାଲୁସ୍ଥିତ ଚିଡିଆଖାନାରେ ଗୋଟିଏ ସିଂହୀର ମୃତ୍ୟୁ କରୋନା ସଂକ୍ରମଣ ବୋଲି ଆଶଙ୍କା ବଢିବାରେ ଲାଗିଛି । କାରଣ ୯ଟି ସିଂହଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେଣୁ ସିଂହୀର ମୃତ୍ୟୁ କରୋନାରେ ହୋଇଥିବା ନେଇ ବେଶି ଆଶଙ୍କା ବୃଦ୍ଧି ପାଉଛି ।
ଅରିଗର ଆନ୍ନା ଜୁଲୋଜିକାଲ ପାର୍କର କହିବା ଅନୁଯାୟୀ ଚିଡ଼ିଆଖାନାରେ ସଫାରୀ ପାର୍କ ଅଞ୍ଚଳରେ ରହୁଥିବା ୫ଟି ସିଂହ ହଠାତ୍ ଖାଇବା ବନ୍ଦ କରିଦେଇଥିଲେ । ସେମାରେ ମଧ୍ୟ ବେଳେବେଳେ କାଶୁଥିଲେ । ଚିଡ଼ିଆଖାନାର ଅନୁରୋଧକ୍ରମେ ବିଶେଷଜ୍ଞ ଟିମ୍ ମଧ୍ୟ ଆସି ୧୧ଟି ସିଂହଙ୍କ ନମୁନା ସ୍ୱାବ, ରେକ୍ଟାଲ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ମଡଧ୍ୟପ୍ରଦେଶର ଭୋପାଳରେ ଥିବା (ଏନ୍ଆଇଏଚ୍ଏସ୍ଏଡି) କୁ ପଠାଇଥିଲେ । ଏହାପରେ ୯ଟି ସିଂହଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।
Powered by Froala Editor