କାର୍ ଦୁର୍ଘଟଣାରେ ମହିଳା ମୃତ, ଗିରଫ ହେଲେ କନ୍ନଡ ଅଭିନେତା

ଗତ ଶନିବାର ରାତିରେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍ ବେଙ୍ଗାଲୁରୁରେ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲା। ନାଗଭୂଷଣଙ୍କ କାର୍ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆହତ ସ୍ବାମୀ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ମାମଲାରେ ତାଙ୍କୁ ଗିରଫ କରିଛି ପୁଲିସ। ଏଥିସହ ତାଙ୍କ କାରକୁ ଜବତ ରଖିଛି ପୁଲିସ।
ସୂଚନା ଅନୁସାରେ, ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୁଲିସ ଷ୍ଟେସନରେ ଅଭିନେତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ଶନିବାର ରାତି 9ଟା 45 ମିନିଟ୍ ସମୟରେ ନାଗଭୂଷଣ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲେ। ନାଗଭୂଷଣ ଅତି ବେପରୁଆ ଏବଂ ଦ୍ରୁତଗତିରେ ଗାଡି ଚାଳନା କରୁଥିବାରୁ ଏପରି ଏକ ଦୁର୍ଘଟଣା ଘଟିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ମୃତକ ହେଉଛନ୍ତି ପତ୍ନୀ ପ୍ରେମା(48) ଏବଂ ତାଙ୍କ ସ୍ୱାମୀ କୃଷ୍ଣ(58)ଙ୍କର ଗୋଡ, ମୁଣ୍ଡ ଏବଂ ପେଟରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ପୁଲିସ ନାଗଭୂଷଣଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ତେବେ ଗିରଫର କିଛିଘଣ୍ଟା ପରେ ଥାନାରୁ ନାଗଭୂଷଣଙ୍କୁ ଜାମିନ ମିଳିଯାଇଥିବା ଖବର ମିଳିଛି।
Powered by Froala Editor