ମଇଁଷି ଧକ୍କା ଦେଲା, ମୁଣ୍ଡରେ ଚଢ଼ିଗଲା ଟ୍ରକ୍

ଦେଖୁ ଦେଖୁ ଟ୍ରକ୍ ଚକା ତଳେ ଚାଲିଗଲା ଜୀବନ । ଦେଖୁଥିବା ଲୋକମାନେ ହକାବକ୍ା ହୋଇଗଲେ । ଏଭଳି ଛାତିଥରିଲା ଭଳି ଦୁର୍ଘଟଣା ଘଟିଛି ନୂଆଦିଲ୍ଲୀ ଗ୍ରେଟର ନୋଏଡାରେ । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।
ଜଣେ ବ୍ୟକ୍ତି ବାଇକ ଚଲାଇ ଆସୁଥିବା ବେଳେ ଏକ ମଇଁଷି ସହିତ ରାସ୍ତାରେ ଧକ୍କା ହୋଇଯାଉଛନ୍ତି। ଫଳରେ ସେ ରାସ୍ତାକୁ ଛିଟିକି ପଡ଼ୁଛନ୍ତି। ଏହି ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗତିରେ ଟ୍ରକ ଉକ୍ତ ବାଇକ ଚାଳକଙ୍କ ମୁଣ୍ଡ ଉପରେ ଚଢ଼ି ଚାଲି ଯାଉଛି। ଦୁର୍ଘଟଣାରେ ଆଖିପିଛୁଳାକେ ବାଇକ ଚାଳକଙ୍କ ପ୍ରାଣବାୟୁ ଉଡ଼ିଯାଉଛି। ରାସ୍ତାରେ ଯୁବକଙ୍କ ଏଭଳି ମୃତ୍ୟୁକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଉଛନ୍ତି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମୃତକଙ୍କ ପରିଚୟ ଓ ଠିକଣା ଜାଣିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
Powered by Froala Editor