ନଡ଼ିଆ ଖାଇବାକୁ ମନ୍ଦିର ଆସୁଛନ୍ତି ଭାଲୁ
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ବଡଦେବତା ମନ୍ଦିର ଭିତରେ ଭାଲୁ ବୁଲୁଛନ୍ତି । ଭାଲୁ କାହାର କିଛି କ୍ଷତି କରି କରିନଥିଲେ ହେଁ ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରୁଥିବାରୁ ଲୋକେ ଭୟଭୀତ ଅଛନ୍ତି । ତେବେ ଏହି ଘଟଣାରେ ବନ ବିଭାଗର କର୍ମଚାରୀ ତତ୍ପର ହେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ନଡ଼ିଆ ଖାଇବା ପାଇଁ ପ୍ରାୟ ସବୁଦିନ ମନ୍ଦିରକୁ ଆସିଥାନ୍ତି ଭାଲୁ । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ ବଡଦେବତା ମନ୍ଦିର ପରିସରରେ ଜଙ୍ଗଲୀ ଭାଲୁ ପୋଲ ବୁଲୁଥୁବା ଦେଖିବାକୁ ମିଳିଥିଲା । ୩ ଟି ଭାଲୁ ଗ୍ରାମର ବଡଦେବତା ମନ୍ଦିର ଭିତରୁ ବାହାରୁଥିବା ଦେଖି ଗ୍ରାମର ଜଣେ ଯୁବକ ତାଙ୍କ ମୋବାଇଲରେ ଭିଡିଓ ରେକର୍ଡ କରିଥିଲେ । ପରେ ଗ୍ରାମବସୀ ଭାଲଙ୍କୁ ସେଠାରୁ ଘଉଡାଇ ଦେଇଥିଲେ ।
Powered by Froala Editor