କର୍ଣ୍ଣାଟକ ବନ୍ଦ, ୪୪ଟି ବିମାନ ବାତିଲ

ବେଙ୍ଗାଲୁରୁ: ‘କନ୍ନଡ଼ ଓକୁଟା’ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବାରୁ ଆଜି ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରାୟ ୪୪ଟି ବିମାନ ଯାତ୍ରା ବାତିଲ କରାଯାଇଛି। କାବେରୀ ନଦୀର ଜଳ ପଡ଼ୋଶୀ ରାଜ୍ୟ ତାମିଲନାଡୁକୁ ଛଡ଼ାଯିବା ବିରୋଧରେ ପ୍ରତିବାଦ କରୁଥିବା କନ୍ନଡ଼ ସଙ୍ଗଠନଗୁଡ଼ିକ ମଧ୍ୟରେ ‘କନ୍ନଡ଼ ଓକୁଟା’ ଅନ୍ୟତମ।
ଚଳାଚଳଗତ ଅସୁବିଧା କାରଣରୁ ବିମାନ ଉଡ଼ାଣ ବାତିଲ କରାଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷ କହିବା ସହିତ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା। କର୍ଣ୍ଣାଟକ ବନ୍ଦ ଯୋଗୁଁ ଅନେକ ଯାତ୍ରୀ ଟିକେଟ୍ କ୍ୟାନ୍ସଲ୍ କରିଦେବାରୁ ବିମାନ ଉଡ଼ାଣ ବାତିଲ କରାଯାଇଛି।
ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ‘କନ୍ନଡ଼’ ସମର୍ଥକ ସଙ୍ଗଠନଗୁଡ଼ିକର ପ୍ରାୟ ୭୦ଜଣଙ୍କୁ ହାଜତକୁ ନିଆଯାଇଛି। ରାଜ୍ୟରେ ସମସ୍ତ ଦୋକାନ, ମଲ୍, ହୋଟେଲ୍, ରେସ୍ତୋରାଁ ଓ ଚଳଚ୍ଚିତ୍ର ପ୍ରେକ୍ଷାଳୟ, ଅଟୋ ଓ ଟ୍ୟାକ୍ସି ଚଳଚଳ ବି ବନ୍ଦ ଅଛି। ପ୍ରତିବାଦକାରୀମାନେ ରାଜପଥ ଓ ଟୋଲ୍ଗେଟ୍ ସବୁ ଅବରୋଧ କରିଛନ୍ତି।
Powered by Froala Editor