ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ଖବରକାଗଜ : ଏଫ୍ଏସ୍ଏସ୍ଏଆଇ

ନୂଆଦିଲ୍ଲୀ: ଖବରକାଗଜରେ ଖାଇବା ଜିନିଷ ଗୁଡ଼ାଇ ନରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ କୁହାଯାଇଛି। ଖାଇବା ଜିନିଷକୁ ଖବରକାଗଜରେ ଗୁଡ଼ାଇ ରଖିବା, ପରଷିବା ଓ ସଂରକ୍ଷିତ ରଖିବାଠାରୁ ଦୂରେଇ ରହିବାକୁ ଏହା ସାଧାରଣ ଜନତା ଓ ବ୍ୟବସାୟୀମାନଙ୍କୁ କହିଛି। ଖବରକାଗଜରେ ଖାଇବା ଜିନିଷ ଗୁଡ଼ାଇ ରଖିବା ଅଭ୍ୟାସକୁ ବଦଳାଇବା ଲାଗି ରାଜ୍ୟ ଖାଦ୍ୟ କର୍ତ୍ତୃପକ୍ଷଙ୍କ ସହ ମିଶି ଏଫ୍ଏସ୍ଏସ୍ଏଆଇ କାର୍ଯ୍ୟ କରୁଛି।
ଏଫ୍ଏସ୍ଏସ୍ଏଆଇର ସିଇଓ ଜି କମଳା ବର୍ଦ୍ଧନ ରାଓ କହିଛନ୍ତି ଯେ ଖବରକାଗଜ ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଓ ପରିସ୍ଥିତି ଦେଇ ଗତି କରିଥାଏ। ଫଳରେ ସେଥିରେ ଜୀବାଣୁ, ଭୂତାଣୁ ଓ ଅନ୍ୟାନ୍ୟ ହାନିକାରକ ଉପାଦାନ ରହିଥାଏ ଯାହା ଖାଦ୍ୟ ସାମଗ୍ରୀରେ ମିଶିବାର ଆଶଙ୍କା ରହିଛି। ସେହି ଖାଦ୍ୟକୁ ଖାଇଲେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଖବରକାଗଜ ଛପାଇବା ଲାଗି ବ୍ୟବହାର ହେଉଥିବା କାଳିରେ ମଧ୍ୟ ଲିଡ୍ ଓ ଭାରି ଧାତବ ଭଳି ରାସାୟନିକ ଉପାଦାନ ରହୁଛି ତାହା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି।
,.
Powered by Froala Editor