ପେଣ୍ଡାଲରୁ ଗଣେଶ ମୂର୍ତ୍ତି ଗାଏବ
ବିସର୍ଜନ ପୂର୍ବରୁ ପେଣ୍ଡାଲରୁ ଚୋରି ହୋଇଗଲା ଗଣେଶ ମୂର୍ତ୍ତି । ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ ଦେଖିବାକୁ ମିଳିଛି। ମଙ୍ଗଳବାର ଏଠାରେ ବିସର୍ଜନ ହେବାର ଥିଲା। ବିସର୍ଜନ ପୂର୍ବରୁ ମୂର୍ତ୍ତି ଚୋରି ହୋଇଯାଇଥିବା ନେଇ ସଂପୃକ୍ତ ପୂଜା କମିଟି ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରାଯାଇଛି।
କମିଟିର କହିବା ଅନୁଯାୟୀ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଆଉ ଏକ ଗଣେଶ ପୂଜା ପେଣ୍ଡାଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଥିପାଇଁ କମିଟିର ସମସ୍ତ ସଦସ୍ୟ ସେଠାକୁ ଚାଲିଯାଇଥିଲେ। ବିଳମ୍ବିତ ରାତିରେ ଫେରିବା ପରେ ପେଣ୍ଡାଲରେ ଗଣେଶଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ। କେହି ମୂର୍ତ୍ତିକୁ ଚୋରି କରି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ କରାଯାଇଛି । କେହି ଦୁର୍ବୃତ୍ତ ଗୋଷ୍ଠୀ ରାଗରେ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି ।
Powered by Froala Editor