କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ଶ୍ରମିକ ମୃତ
ବେଜିଂ : ଚାଇନାର ଗୁଇଝୋଉ ପ୍ରଦେଶର ପେନଝୋଉ ସହରରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ସମସ୍ତେ ଗୁଇଝୋଉ ପାନଜିଆଙ୍ଗ ରିଫାଇନ କୋଇଲା କମ୍ପାନୀର କର୍ମଚାରୀ ଥିଲେ। ଖଣି ମାଲିକ ସୋମବାର ସାଂଘାଇ ଷ୍ଟକ ଏକ୍ସଚେଞ୍ଜକୁ ଏହା ଜଣାଇଛନ୍ତି। ସାଂଘାଇ ଭିତ୍ତିକ ଖଣିଜ ପରାମର୍ଶଦାତା ମିଷ୍ଟେଲଙ୍କ ଅନୁଯାୟୀ, ଏହି ଦୁର୍ଘଟଣା ପରେ ପାନଝୋଉ ସହରର ସମସ୍ତ କୋଇଲା ଖଣିରେ କାମ ଗୋଟିଏ ଦିନ ପାଇଁ ବନ୍ଦ ହୋଇଯାଇଛି।
ଗୁଇଝୋଉର ଖଣି ସୁରକ୍ଷା ପ୍ରଶାସନ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛି ଦୁର୍ଘଟଣାର କାରଣ ସମ୍ପର୍କରେ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ରାଷ୍ଟ୍ରାୟତ୍ତ ପାନଜିଆଙ୍ଗ କୋଇଲା ଏହାର ସମସ୍ତ ଖଣିରେ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ନିରାପଦ ଉତ୍ପାଦନ ନିଶ୍ଚିତ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି। ଚାଇନାରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ; ପୂର୍ବରୁ ଅନେକ କୋଇଲା ଖଣିରେ ଏଭଳି ଦୁର୍ଘଟଣା ଘଟିଛି। ଫେବୃଆରୀରେ, ମଙ୍ଗୋଲିଆ ଅଞ୍ଚଳରେ ଏକ ଖୋଲା ଖଣି ଖନନ ଘଟଣାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor