ସିଏମଓର ହସ୍ତକ୍ଷେପ ପରେ ଯେଉଁ କାମ ଦୀର୍ଘଦିନରୁ ହୋଇପାରୁନଥିଲା ତାହା ସମ୍ପୂର୍ଣ୍ଣ ହେଉଛି: ପ୍ରତାପ ଦେବ

ଭୁବନେଶ୍ୱର: ଆମେ ଲୋକଙ୍କ ଉନ୍ନତି ଓ ଅଞ୍ଚଳର ପ୍ରଗତି ପାଇଁ ଆସିଛୁ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲୋକଙ୍କ ପାଖକୁ ଯିବା ୫-ଟି ଅଧୀନରେ ଅଛି । ଯଦି ବିରୋଧୀ ଏହା ଚାହୁଁ ନାହାନ୍ତି, ସେମାନେ ଲିଖିତ ଭାବେ ଦିଅନ୍ତୁ ଯେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଦରକାର ନାହିଁ । ଅନେକ କାମ ଆମ ଚେଷ୍ଟାରେ ବି ହୁଏନି, ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ କଲେ, ଏହି କାମ ହେବାର ଆଶା ବଢିଯାଏ ଓ ଲୋକଙ୍କ ମନରେ ବିଶ୍ୱାସ ସଞ୍ଚାର ହୁଏ । ସିଏମଓର ହସ୍ତକ୍ଷେପ ପରେ ଯେଉଁ କାମ ଦୀର୍ଘଦିନରୁ ହୋଇପାରୁନଥିଲା ତାହା ନିର୍ବାଚନ ମଣ୍ଡଳୀ ଗୁଡିକରେ ସମ୍ପୂର୍ଣ୍ଣ ହେଉଛି । ଏହା ଲୋକଙ୍କ ହିତର କାର୍ୟ୍ୟ, ତାକୁ ସମାଲୋଚନା କରିବାର ଯଥାର୍ଥ ନାହିଁ ବୋଲି ଶକ୍ତି ମନ୍ତ୍ରୀପ୍ରତାପ ଦେବ କହିଛନ୍ତି ।
ଜିଲ୍ଲାରୁ ଜିଲ୍ଲା ସିଏମଓ ବୁଲି ଅଭିଯୋଗପତ୍ର ଗ୍ରହଣ କରିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି ପ୍ରତାପ ଦେବ । ପ୍ରତାପ କହିଛନ୍ତି, ବିଜେପି ବିଧାୟକ ନିଜ ଲୋକଙ୍କୁ ପଚାରନ୍ତୁ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସେମାନଙ୍କ ନିର୍ବାଚନମଣ୍ଡଳୀକୁ ଯିବା ପରେ ଅଞ୍ଚଳର ସମସ୍ୟା ସମାଧାନ ହୋଇଛି ନା ନାହିଁ । ପ୍ରାୟ ବିରୋଧୀ ଦଳ ଲୋକଙ୍କ ମତ ହେଉଛି ଯେ ବହୁତ ଦିନରୁ କାମ ପଡିଥିଲା, ଯାହା ହେଉ ହୋଇଗଲା । ଏବେ ବି ଯଦି ସେମାନେ ହୃଦୟଙ୍ଗମ କରୁ ନାହାନ୍ତି, ସେମାନେ ସ୍ପଷ୍ଟ ଭାବେ କହି ଦିଅନ୍ତୁ ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ କାମ ଦରକାର ନାହଁ ।
Powered by Froala Editor