ରଙ୍ଗ ରୁଟରେ ଡ୍ରାଇଭିଂ କରି ୧୦୨ଟି ମୋଟରସାଇକେଲ ଜବତ
ଭୁବନେଶ୍ବରର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଗତକାଲି ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି କ୍ରମରେ ଭୁବନେଶ୍ବର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗ ରୁଟ ଡ୍ରାଇଭିଂ ଉପରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲଂଘନ କରି ରଙ୍ଗ ରୁଟ ରେ ଡ୍ରାଇଭିଂ କରୁଥିବା ଖିଲାପକାରୀ ମାନଙ୍କଙ୍କର ସମୁଦାୟ ୧୦୨ଟି ମୋଟରସାଇକେଲକୁ ଜବତ କରାଯାଇଛି।
ଜବତ ହୋଇଥିବା ମୋଟରସାଇକେଲ ଗୁଡିକୁ ଜବତ କରାଯାଇଛି ଓ କୋର୍ଟ ରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି ।
ଏଣୁ ଜନସାଧରଙ୍କୁ ଭୁବନେଶ୍ବରର ଟ୍ରାଫିକ୍ ତରଫରୁ ନିବେଦନ କରାଯାଉଛି ଯେ, ସେମାନେ ଟ୍ରାଫିକ୍ ନିୟମ ଉଲଂଘନ କରନ୍ତୁ ନାହିଁ ଏବଂ ସର୍ବଦା ଟ୍ରାଫିକ୍ ନିୟମକୁ ପାଳନ କରନ୍ତୁ । ଆଗକୁ ମଧ୍ୟ ଏହି ପରି ଡ୍ରାଇଭ ଜାରି ରହିବ ସୂଚନା ଦିଆଯାଇଛି ।
Powered by Froala Editor