ନୂଆଁଖାଇରେ ଚାଷୀଙ୍କୁ 'କାଳିଆ' ଭେଟି
ନୂଆଁଖାଇ ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ 'କାଳିଆ' ଭେଟି ପ୍ରଦାନ କରିଛନ୍ତି । କାଳିଆ’ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ ୪୪.୫୬ଲକ୍ଷ ଚାଷୀଙ୍କୁ ମୋଟ ୯୦୦କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରାଯାଇଛି ।
୨୦୨୩-୨୪ ରବି ଫସଲ ପାଇଁ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀ ଉପକୃତ ହେବେ । ଏହାସହ ୬୮ ହଜାର ଭୂମିହୀନ ଚାଷୀଙ୍କୁ ଜୀବିକା ସହାୟତା ମିଳିଛି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି ୨ ହଜାର ଟଙ୍କା ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପ୍ରତିବର୍ଷ ଅକ୍ଷୟତୃତୀୟ ଓ ନୂଆଁଖାଇରେ ଦୁଇଥର ‘କାଳିଆ’ ଯୋଜନାରେ ସହାୟତା ରାଶି ରାଜ୍ୟର ଚାଷୀମାନଙ୍କୁ ପ୍ରଦାନ କରାଯାଇଥାଏ । ନୂଆଁଖାଇରେ ୬୮,୭୫୦ଟି ଭୂମିହୀନ ଚାଷୀ ପରିବାର ଓ ୪୩.୮୮ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଆକାଉଣ୍ଟାକୁ ‘କାଳିଆ’ ସହାୟତା ପ୍ରଦାନ କରାଯାଇଛି । ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ମୋଟ ୧୨୫୦୦କୋଟି ଟଙ୍କାର ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।
Powered by Froala Editor